‘ଫନି’ ମୁକାବିଲା ଲାଗି ପ୍ରଶାସନର ପଦକ୍ଷେପକୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର: ‘ଫନି’ ବାତ୍ୟାର ମୁକାବିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଚିବାଳୟରେ ଏକ ସମୀକ୍ଷା ବୈଠକ ପରେ ସେ ସୂଚନା ଦେଇଛନ୍ତି ଯେ ୨୪ ଘଣ୍ଟା ମଧ୍ୟରେ ୧.୨ ନୟୁତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମରେ ୩.୨ ଲକ୍ଷ ଏବଂ ପୁରୀରେ ୧.୩ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି। ସେହିପରି ରାତାରାତି ୯୦୦୦ ଅଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇ ୭୦୦୦ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ଏହି ବିଶାଳ କାର୍ଯ୍ୟକ୍ରମରେ ୪୫,୦୦୦ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି। ଏଥି ସହ ମୁଖ୍ୟମନ୍ତ୍ରୀ ‘ଫନି’ ଯୋଗୁ ମୃତ୍ୟୁ ସଂଖ୍ୟା ୧୦ରୁ କମ୍‌ ବୋଲି ମତ ରଖିଛନ୍ତି।

ସମ୍ବନ୍ଧିତ ଖବର