‘ଓଡ଼ିଶା ରାଜନୀତିର ନୀରବ ସାଧକ ନବୀନ ପଟ୍ଟନାୟକ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ସହିତ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ନିଜର ନିରଳସ ବ୍ୟକ୍ତିତ୍ବ ଓ ନିଷ୍ଠାପର ଜନସେବା ତାଙ୍କୁ ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ପରିଗଣିତ କରିଛି। ‘ଓଡ଼ିଶା ରାଜନୀତିର ନୀରବ ସାଧକ ନବୀନ ପଟ୍ଟନାୟକ’ ଶୀର୍ଷକ ପୁସ୍ତକର ଲୋକାର୍ପଣ କରିବା ଅବସରରେ ଏପରି କହିଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଆଜି ବିଧାନସଭାସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ବାରା ରଚିତ ପୁସ୍ତକକୁ ଲୋକାର୍ପଣ କରି ବାଚସ୍ପତି ଶ୍ରୀ ପାତ୍ର ନବୀନ ବାବୁଙ୍କ ବ୍ୟକ୍ତିତ୍ବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଲୋକାର୍ପଣ ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡା, ହରିହର କାନୁନଗୋ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ପଟ୍ଟନାୟକ, ଉମାକାନ୍ତ ମହାନ୍ତି, ସାହିତ୍ୟ ଏକାଡେମୀର ବରିଷ୍ଠ ସଦସ୍ୟ ଇଂ. ଅଭୟ ସୁତାର, ସତ୍ୟ ପ୍ରକାଶ ସେଠୀ, ରାଜଲକ୍ଷ୍ମୀ ମହାପାତ୍ର, ଏସ୍. ସତ୍ୟଭୂଷଣ ସ୍ବାମୀ, ଉତ୍ତର କୁମାର ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର