ସ୍ୱଚ୍ଛ ଭାରତ ପରେ ଏବେ ସ୍ୱଚ୍ଛ ଓଡ଼ିଶା ମିସନ୍‌; ସ୍ୱଚ୍ଛ ଗାଁକୁ ମୁଖ୍ୟମନ୍ତ୍ରୀ ନବୀନ କରିବେ ପୁରସ୍କୃତ

ଆପଣଙ୍କ ଗ୍ରାମ ସ୍ୱଚ୍ଛ ଅଛି କି? ଯଦି ନାହିଁ ତେବେ ସ୍ୱଚ୍ଛ କରନ୍ତୁ ଗ୍ରାମ। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣଙ୍କ ସ୍ୱଚ୍ଛ ଗାଁକୁ କରିବେ ପୁରସ୍କୃତ। ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସ୍ୱଚ୍ଛ ଗ୍ରାମକୁ ପୁରସ୍କୃତ କରାଯିବ ଯ ଏଦିଗରେ ଭଲ କାର୍ଯ୍ୟ କରିଥିବା ଗାଁ, ପଞ୍ଚାୟତ ଏବଂ ବ୍ଲକ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉଦ୍ଧୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ଲିନଲାଇନେସ ଇଜ ନେଷ୍ଟ ଟୁ ଗଡଲାଇନ୍‌ସ ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମକୁ ଏକ ଆନ୍ଦୋଳନ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ଵାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ସୁସ୍ଥ ରହିବା ଆମର ଅଧିକାର ଓ ଦାୟିତ୍ୱ ମଧ୍ୟ। ପରିବେଶକୁ ସ୍ୱଚ୍ଛ ରଖିଲେ ଆମେ ସୁସ୍ଥ ରହିବା ଏବଂ ଆମେ ସୁସ୍ଥ ରହିଲେ ଆମ ପରିବାର ପାଇଁ କିଛି କରିପାରିବା। ଦେଶ ପାଇଁ, ସମାଜ ପାଇଁ କିଛି କରିପାରିବା। ଏହାସହ ସମାଜର ପ୍ରତ୍ୟେକ ନାଗରିକଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଆମ ଦେଶର ଅର୍ଥନୀତି ଓ ବିକାଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଗତାକାଲି ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ସୁସ୍ଥ ପରିବବେଶ ସମ୍ପର୍କରେ ଆଲୋଚନା କରିଥିଲେ।

ଭଲ ପରିବେଶ ସବୁବେଳେ ଭଲ କାମ ପାଇଁ ପ୍ରେରଣା ଦେଇଥାଏ। ତେଣୁ ଜନସାଧାରଣ ସମସ୍ତେ ନିଜ ଘରେ ପାଇଖାନା କରିବା ସହିତ ପରିବାରର ସବୁ ସଦସ୍ୟ ଏହାକୁ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମରେ ସୁଯୋଗ ନୋବାପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ଆମେ ସମସ୍ତେ ଆମ ଗାଁ ପରିବେଶକୁ ସଫା ରଖିଲେ ଆମେ ବିଭିନ୍ନ ରୋଗରୁ ଦୂରେଇ ପାରିବା ବୋଲି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧିତ ଖବର