କାଲିଠୁ ନବରଙ୍ଗପୁର ଜିଲ୍ଲା୨ ଦିନ ପାଇଁ ରହିବ ସଟଡାଉନ

ନବରଙ୍ଗପୁର: କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ନବରଙ୍ଗପୁରକୁ ୨ ଦିନ ପାଇଁ ସଟଡାଉନ ରଖାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳ ଡ ଅଜିତ କୁମାର ମିଶ୍ର କହିଛନ୍ତି, କରୋନ ଭାଇରସ ପଜିଟିଭ ସଂଖ୍ୟା ବଢ଼ିଥିବାରୁ ମଙ୍ଗଳବାର ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରୀ ଯାଏଁ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ ରଖାଯିବ ।

ସଟଡାଉନ ସମୟରେ ସକାଳ ୬ଟାରୁ ଅପରାହ୍ନ ଗୋଟିଏ ଯାଏଁ ଦୋକାନଗୁଡ଼ିକ ଖୋଲା ରହିବ । ସଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏଥିସହ ରାଶନ ସାମଗ୍ରୀ ଦୋକାନ ପନିପରିବା ଓ କ୍ଷୀର ଦୋକାନ ସକାଳ ୬ ଟାରୁ ଦିନ ୧ ଯାଏଁ ଖୋଲା ରହିବ । ମାଛ, ମାଂସ ର ଗୃହ ସେବା ଯୋଗାଇ ଦିଆଯିବ । ଜରୁରୀ କାଳୀନ ସେବା ଯୋଗାଉଥିବା ସଂସ୍ଥା ତଥା ପ୍ରତିରକ୍ଷା ପ୍ରତିଷ୍ଠାନ ଖୋଲାରହିବ, ପୋଷ୍ଟ ଅଫିସ ଖୋଲା ରହିବ, ଜରୁରୀକାଳୀନ ସେବା ଯୋଗାଉଥିବା ଅନୁଷ୍ଠାନ ଖୋଲା ରହିବ, କେନ୍ଦ୍ର ସଶସ୍ତ୍ର ବାହିନୀ ପ୍ରତିଷ୍ଠାନ ଖୋଲା ରହିବ, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଗମନାଗମନ କରିପାରିବେ, ଟେଲିକମ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଚଳପ୍ରଚଳ କରିପାରିବେ ।

ଅନୁମତି ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯାତାୟାତ କରିପାରିବେ, ପାନୀୟଜଳ, ପରିମଳ ବିଭାଗର କର୍ମଚାରୀ ମାନେ ଯାତାୟାତ କରିପାରିବେ, ଶକ୍ତି ବିଭାଗ ରେ କାର୍ୟ୍ୟରତ କର୍ମଚାରୀ ଯାତାୟାତ କରିପାରିବେ । ମାଲବାହୀ ସାମଗ୍ରୀ ର ଗାଡି ଯାତାୟାତ କରିପାରିବ, କୃଷି, କୃଷିଜାତ ଦୋକାନ, ଗୋଖାଦ୍ୟ ପଶୁସମ୍ପଦ ର ଦୋକାନ, ମାଛ ଖାଦ୍ୟ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣ କେନ୍ଦ୍ର ଖୋଲା ରହିବ, ଅନଲାଇନ ସେବା ଯୋଗାଉଥିବା କ୍ଷେତ୍ର ଖୋଲା ରହିବ ।

ସମ୍ବନ୍ଧିତ ଖବର