ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବାସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ କନ୍ୟା ଦୀପାଳିଙ୍କୁ ଅନ୍ୟତମ ଆଶାୟୀ ବୋଲି କୁହାଯାଉଥିଲା। ଦିବଂଗତ ବିଧାୟକ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀଭାବେ ଘୋଷଣା କରିବାପରେ ଦୀପାଳିଙ୍କ ଭୂମିକା ଉପରେ ସମସ୍ତଙ୍କର ଦୃଷ୍ଟିନିବଦ୍ଧ ରହିଥିଲା, ଯଦିଓ ମନ୍ତ୍ରୀ ଶ୍ରୀଦାସଙ୍କ ଉପରେ ପ୍ରଚାରର ଦାୟିତ୍ବ ନ୍ୟସ୍ତ କରାଯାଇଛି। ସ୍ଥାନୀୟ ରାଜନୈତିକ ସ୍ତରରେ ଏହିଭଳି କଳ୍ପନାଜଳ୍ପନାର ଅବସାନ ଘଟାଇ ଦୀପାଳି ଦଳୀୟ ପ୍ରାର୍ଥୀ ଅଳାକଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି। ଏପରିକି, ମହିଳାଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ତାଙ୍କୁ ସଂଯୋଜିକା ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।
/sambad/media/post_attachments/wp-content/uploads/2022/05/jharsu-1-300x186.jpg)
ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦୀପାଳି ଚର୍ଚ୍ଚାରେ ରହିଆସିଥିଲେ। ବିଶେଷକରି, ତାଙ୍କ ପାରିବାରିକ ଟ୍ରଷ୍ଟର ଟ୍ରଷ୍ଟି ଭାବରେ ସେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ତିନି ଜୋନ୍ ପାଇଁ ତିନୋଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ। ଏହାଦ୍ବାରା ସେ ସେହି ଅଞ୍ଚଳରେ ଲୋକଙ୍କ ଆସ୍ଥାଭାଜନ ହୋଇଥିଲେ। ଏବେ ତାଙ୍କୁ ଦଳ ତରଫରୁ ପଚାରକାର୍ଯ୍ୟରେ ସାମିଲ୍ କରାଯାଇଛି। ନିର୍ବାଚନମଣ୍ଡଳୀର ମହିଳାଙ୍କୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଯେଉଁ କମିଟି ଗଠନ କରାଯାଇଛି, ସେଥିରେ ଦୀପାଳିଙ୍କୁ ସଂଯୋଜିକା ଭାବେ ମନୋନୀତ କରାଯାଇଛି। ଏହି କମିଟିରେ ଅଧ୍ୟକ୍ଷା ଅଛନ୍ତି ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ଅନ୍ୟମାନଙ୍କ ମଧ୍ୟରେ, କମିଟିରେ ଲଖନପୁର ବ୍ଲକ ଅଧ୍ୟକ୍ଷା ହିତେଶ୍ବରୀ ତିହିରିଆ, ବ୍ରଜରାଜନଗର ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ, ଝାରସୁଗୁଡ଼ା ପୌରାଧ୍ୟକ୍ଷା ରାନୀ ହାତୀ, ଝାରସୁଗୁଡ଼ା ବ୍ଲକ ଜିଲ୍ଲା ପରିଷଦ ଜୋନ୍-୧ ସଦସ୍ୟା ଝରଣା ସାଗର, ଲଖନପୁର ବ୍ଲକ ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପଲତା ସେଠ, ଲଖନପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଶାନ୍ତି ପଧାନ, ଲଖନପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷା ପଙ୍କଜିନୀ ପଧାନ, ସାଧନା ସାମନ୍ତରାୟ, ବେଲପାହାଡ଼ ପୌରାସଂସ୍ଥା ଉପାଧ୍ୟକ୍ଷା ରୀନା ସୁନା, ବେଲପାହାଡ଼ର ପ୍ରମିଳା ଦତ୍ତା, ବେଲପାହାଡ଼ ପୌରସଂସ୍ଥା କାଉନସିଲର ସୁମତୀ କିଷାନ, ବେଲପାହାଡ଼ ସଭାନେତ୍ରୀ ରତ୍ନା ବିଶ୍ବାସ, ଲଇକେରା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜାଲିନ ପଟେଲ, କିର୍ମିରା ପୂର୍ବ ଜିଲ୍ଲା ପରିଷଦ ସଦସ୍ୟା ସ୍ବପ୍ନାମୟୀ ପଟେଲ, କାଉନସିଲର ନବନୀତ କୌର, ସୂର୍ଯ୍ୟକାନ୍ତି ମହାପାତ୍ର, ରତ୍ନାମୟୀ ସୱାରଗିଙ୍କ ସମେତ ଜିଲ୍ଲା ସଭାନେତ୍ରୀ, ସମସ୍ତ ବ୍ଲକ ଓ ପୌରସଂସ୍ଥା ସଭାନେତ୍ରୀଙ୍କ ସଦସ୍ୟ ରଖାଯାଇଛି। ଏହି ଟିମ୍ ବିଜେଡି ପାଇଁ ପ୍ରଚାର ଆରମ୍ଭ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/election-fffff-1.jpg)