ବାଲେଶ୍ବର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନରେ ଥିବାବେଳେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି କହିଲେ ଚଳେ। ଏପରିସ୍ଥିତିରେ ବାଲେଶ୍ବରର ଅନ୍ୟତମ ନୃତ୍ୟ ପ୍ରତିଷ୍ଠାନ ନାଚ୍ ଆରମ୍ଭ କରିଛି ୨୧ ଦିନିଆ ଅନଲାଇନ୍ କ୍ୟାମ୍ପ୍। ଏଥିରେ ପିଲାମାନଙ୍କ ପାଇଁ ୩ଟି ଗ୍ରୁପରେ ଶିକ୍ଷା ବ୍ୟବସ୍ଥା କରାଯାଇଛି।

Advertisment

ଯୋଗ, ଶ୍ଳୋକ ଉଚ୍ଚାରଣ, ଷ୍ଟୋରି ଟାଇମ୍, ରାଇମ୍, ଇନଡୋର୍ ଗେମ୍, କାର୍ଡ ପ୍ରସ୍ତୁତି, ଅଭିନୟ, ନାଚ ମୁଦ୍ରା, ବାପାମା'ଙ୍କୁ ସମ୍ମାନ ଆଦି ବିଷୟରେ ପିଲାମାନଙ୍କୁ ଘରେ ବସି ଅନଲାଇନରେ ଶିକ୍ଷା ଦିଆଯାଉଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପିଲାମାନଙ୍କୁ ସୁରକ୍ଷା ଦେବାକୁ ଯାଇ ନାଚ୍ ଅନୁଷ୍ଠାନର ଏଭଳି ପଦକ୍ଷେପ ଅଭିଭାବକ ମହଲରେ ଆନନ୍ଦ ସୃଷ୍ଟି କରିଛି।

publive-image
ଏହି ଅନଲାଇନ୍ ଶିବିରରେ ବିଭିନ୍ନ ଅଞ୍ଚଳର ପିଲାମାନେ ଅଂଶଗ୍ରହଣ କରୁଥିବା ବେଳେ ହ୍ବାଟସ ଆପ୍ ଗ୍ରୁପ୍ ମାଧ୍ୟମରେ ସମସ୍ତଙ୍କୁ ଯୋଡ଼ିବାର ଉଦ୍ୟମ କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷା ରୋନାଲିସା ପଣ୍ଡା କହିଛନ୍ତି। ଏହି ଶିକ୍ଷା ବ୍ୟବସ୍ଥାକୁ ଲର୍ଣ୍ଣ ଉଇଥ୍ ଫନ୍ ନାମକରଣ କରାଯାଇଥିବା ବେଳେ ପିଲାମାନେ ଏଥିରେ ଭାଗ ନେଇ ବିଭିନ୍ନ ବିଭାଗରେ ଶିକ୍ଷା ଗ୍ରହଣ କରୁଛନ୍ତି। ପିଲାମାନଙ୍କୁ ଭିଡିଓ ଓ ଅଡିଓ ମାଧ୍ୟମରେ ଶ୍ଳୋକ, ରାଇମ୍ ଏବଂ ନାଚର ବିଭିନ୍ନ ମୁଦ୍ରା ବିଷୟରେ ଶିକ୍ଷା ଦିଯାଉଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଆଇଟି ସଂସ୍ଥା ଇନଭିନ୍ ସିକ୍ସ୍ ସଲ୍ୟୁସନ ସମସ୍ତ ପ୍ରକାର ଅନଲାଇନ ପାଠ୍ୟକ୍ରମ ଯୋଗାଉଛନ୍ତି।