ଭବାନୀପାଟଣା : ଭବାନୀପାଟଣା ସହରସ୍ଥିତ ଟାଉନ୍ହଲରେ ରାଷ୍ଟ୍ରୀୟ ବିଜେପି ସଭାପତି ଜେ.ପି ନଡ୍ଡା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ପଦାଧିକାରୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଗୁରୁମନ୍ତ୍ର ଦେଇଛନ୍ତି। ଏଥିରେ ନବୀନ ସରକାର ମନରେଗା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିଠାରୁ ଆରମ୍ଭ କରି ବହୁ ଦୁର୍ନୀତିରେ ବୁଡ଼ି ରହିଥିବା ପ୍ରକାଶ କରିଥିଲେ। ବିଜେପି କର୍ମକର୍ତ୍ତା ବର୍ତ୍ତମାନଠାରୁ ଏକଜୁଟ ହୋଇ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଥିଲେ।
/sambad/media/post_attachments/wp-content/uploads/2023/06/m14-1-750x288.jpg)
ରାଜ୍ୟରେ ଚାଲିଥିବା ବିଜେଡି ସରକାରଙ୍କୁ ହଟାଇ ବିଜେପି ସରକାର ଗଠନ କରିବା ପାଇଁ ଠୋସ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଗୁରୁତ୍ବାରୋପ କରିଥିଲେ। ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକ ବର୍ତ୍ତମାନ ସୁସ୍ଥ ହୋଇ ଫେରିଛନ୍ତି। ତେଣୁ ତାଙ୍କ ମାର୍ଗଦର୍ଶନରେ ଲୋକସଭା ନିର୍ବାଚନ ମଣ୍ଡଳୀରେ ସଂଗଠନ ସୁଦୃଢ଼ ହେବ ବୋଲି କହିଥିଲେ। କଳାହାଣ୍ଡି ଓ ନୂଆପଡ଼ା​ ଜିଲ୍ଲାର ପଦାଧିକାରୀ ଏନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ସେ କହିଛନ୍ତି। ବୈଠକରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ତଥା ବିଭିନ୍ନ ପଦାଧିକାରୀ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/m15.jpg)