ଭୁବନେଶ୍ବର : ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ‘ମୋ ବୁଥ୍, ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭୁବନେଶ୍ୱର (ମଧ୍ୟ) ନିର୍ବାଚନମଣ୍ଡଳୀର ୬୪ ନମ୍ବର ବୁଥ୍ ସଦସ୍ୟଙ୍କ ସହ ସାଙ୍ଗଠନିକ ବିଚାରବିମର୍ଶ କରିଛନ୍ତି। ସଙ୍ଗଠନକୁ ସୁଦୃଢ଼ କରିବା ନେଇ ବୁଥ୍ରେ ଥିବା ବିଜେପିର ୨୫ ଜଣିଆ ବୁଥ୍ କମିଟି ସଦସ୍ୟଙ୍କ ସହ ଶ୍ରୀ ନଡ୍ଡା ଆଲୋଚନା କରିଥିଲେ। ବୁଥ୍ ସଭାପତି ତଥା ସ୍ଥାନୀୟ କର୍ପୋରେଟର୍ ଜୀବନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୁଥ୍ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ସମେତ ରାଜ୍ୟ ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ବାବୁ ସିଂ, ମଣ୍ଡଳ ସଭାନେତ୍ରୀ ଶଶୀପ୍ରଭା ରଥ ପ୍ରମୁଖ ଉପସ୍ଥିତ ଥିଲେ।
ବୁଥ୍ କମିଟି ସଦସ୍ୟଙ୍କୁ ଭେଟିଲେ ନଡ୍ଡା
/sambad/media/post_attachments/wp-content/uploads/2022/10/booth-committee-m28.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)