ଝାରସୁଗୁଡା: ଆଜିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡିଶା ଗସ୍ତ ଆରମ୍ଭ ହୋଇଛିl ଆଜି ଅପରାହ୍ନ ସାଢେ ୪ଟା ବେଳେ ଶ୍ରୀ ନଡ୍ଡା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଛନ୍ତିl ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଓଡିଶା ପ୍ରଭାରୀ ଡି ପୁରନ୍ଦେସ୍ୱରୀ, ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସ୍ୱାଗତ କରିଛନ୍ତି l
ବିମାନବନ୍ଦରରୁ ପଣ୍ଡ୍ରି ପଥରସ୍ଥିତ ଜିଲ୍ଲା ବିଜେପିର ନୂତନ କାର୍ଯ୍ୟାଳୟ ଯିବା ବାଟରେ କିସାନ ଛକଠାରେ ଦଳୀୟ କର୍ମକର୍ତ୍ତା ଶ୍ରୀ ନଡ୍ଡାଙ୍କୁ ସ୍ୱାଗତ କରିଛନ୍ତିl ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ ପରେ ଏଠାରେ ବରଗଡ଼ ଲୋକସଭାସ୍ତରୀୟ ନେତାଙ୍କୁ ନେଇ ଆଲୋଚନା କରିବେ ଶ୍ରୀ ନଡ୍ଡାl ଏହାପରେ ସଡ଼କ ପଥରେ ବୁର୍ଲା ଅଭିମୁଖେ ବାହାରିଯିବେ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/ff8666b6-f6a8-465e-962b-fa88c49146b5.jpg)