ନଗଡ଼ା ସଡ଼କ ଦୁର୍ନୀତି: ୨ ଅଧିକାରୀଙ୍କୁ ନୋଟିସ

କାଳିଆପାଣି : ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଗଡ଼ା ସଡ଼କ ରକ୍ଷଣାବେକ୍ଷଣ ଓ ମରାମତି ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ୩ ଯନ୍ତ୍ରୀଙ୍କ ନାଁରେ ଏତଲା କରିଛନ୍ତି। କେନ୍ଦ୍ରାପଡ଼ା-ଯାଜପୁର ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଞ୍ଜୀବ କୁମାର ଦାସଙ୍କ ଏତଲାକୁ ଭିତ୍ତିକରି ଯାଜପୁର-୧ ବିଭାଜନ ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀ ଇଂ ବିଜୟ କୁମାର ମହାରଣା, ଡୁବୁରି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମୁଦୁଲି ଭେଙ୍କଟରମଣ ଓ ଟମକା ସେକ୍ସନର କନିଷ୍ଠ ଯନ୍ତ୍ରୀ ରସାନନ୍ଦ ବାରିକଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ୩ ଅଧିକାରୀ ଗତ ୧୦ ଓ ୧୧ ତାରିଖରେ ଥାନାକୁ ଆସି ସେମାନଙ୍କ ପକ୍ଷ ରଖିଥିଲେ। ଗତ ୧୩ ତାରିଖରେ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଗ୍ରାମ୍ୟ ଉନ୍ନୟନ ବିଭାଗ ଯାଜପୁର ଡିଭିଜନ-୧ ଅଫିସରେ ପହଞ୍ଚି ତଦନ୍ତ କରିଥିଲେ। ଉକ୍ତ ୧୦ଟିଯାକ ଗୁପ୍ତ ଟେଣ୍ଡର ସଂପର୍କିତ କାର୍ଯ୍ୟର ନଥିପତ୍ର ଯାଞ୍ଚ କରିଥିଲେ। ଗତକାଲି ପୁଲିସ ପକ୍ଷରୁ ତଦନ୍ତ କରିଥିବା ୨ ଅଧିକାରୀଙ୍କୁ ସାକ୍ଷ୍ୟ ଗ୍ରହଣ ପାଇଁ ନୋଟିସ କରାଯାଇଛି।

ସମ୍ବନ୍ଧିତ ଖବର