ଅନଗୁଳ: ଗତ ମଧ୍ୟରାତ୍ରୀରେ ଜୁବୁଲି ଟାଉନ୍ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ ଦୁର୍ବୃତ୍ତମାନେ କିଛି ନଗଦ ଅର୍ଥ ଚୋରାଇ ନେଇଛନ୍ତି।
ମନ୍ଦିରରେ ଥିବା ଦୁଇଟି ହୁଣ୍ଡିରୁ ନଗଦ ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଥିବା ପୂଜକ ଅନୁମାନ କରି କହିଛନ୍ତି।
/sambad/media/post_attachments/wp-content/uploads/2020/11/angul-temple1-1024x576.jpg)
ଦୁର୍ବୃତ୍ତମାନେ ନିକଟରେ ଥିବା ଏକ ନନ୍ଦ କାରଖାନାରୁ ଶାବଳ ଆଣି ଶିବ ଓ ପାର୍ବତୀଙ୍କ ମନ୍ଦିରର ଗ୍ରିଲ୍ ତାଡ଼ି ହୁଣ୍ଡି ବାକ୍ସ ଲୁଟ୍ କରିଛନ୍ତି। ଏ ସଂକ୍ରାନ୍ତରେ ମନ୍ଦିର କର୍ତ୍ତୃପକ୍ଷ ଟାଉନ୍ ଥାନା ପୁଲିସକୁ ଅବଗତ କରାଇଛନ୍ତି। ତଦନ୍ତ ପରେ ବସ୍ତବ ଘଟଣା ଜଣାପଡ଼ିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/angul-temple.jpg)