ପାଣିକୋଇଲି ଥାନାରେ ରଙ୍ଗିଲା ପୁଲିସ: ବାବୁସାନଙ୍କ ଗୀତ ବଜେଇ କଲେ ନାଗିନ ଡ୍ୟାନ୍ସ, ଦେଖନ୍ତୁ ଭାଇରାଲ୍ ଭିଡିଓ

ଯାଜପୁର: ଥାନା ଭିତରେ ନାଗିନ ଡ୍ୟାନ୍ସ। ଆଜ୍ଞା ହଁ ଆମେ କହୁଛୁ, ଏମିତି ଏକ ଥାନାର କଥା ଯେଉଁଠି ଥାନାର ସବୁ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଥାନା ଅଧିକାରୀଙ୍କ ପର୍ଯ୍ୟନ୍ତ ନୃତ୍ୟ ଗୀତରେ ମାତିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟି ହୋଲି ବେଳର ହୋଇଥିବା ବେଳେ ଏବେ ଏହା ଭାଇରାଲ ହୋଇଥିବା କୁହାଯାଉଛି।

ସମ୍ପୂର୍ଣ୍ଣ ପୁଲିସ୍ ୟୁନିଫର୍ମରେ ପୁଲିସ ବାବୁମାନେ ରଙ୍ଗ ବୋଳାବୋଳି ହୋଇ ନୃତ୍ୟ ଗୀତ କରୁଥିବା ଦେଖିବାକୁ ମିଳିଛି।  ଏହା ଯାଜପୁର ଜିଲା ପାଣିକୋଇଲି ଥାନା ଭିତରର ଦୃଶ୍ୟ ବୋଲି କୁହାଯାଉଛି।

ଥାନାର କର୍ମଚାରୀମାନେ ଯେଉଁ ଗୀତରେ ନାଚୁଛନ୍ତି ତାହା ହେଉଛି ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଅଭିନୀତ ‘ସିଷ୍ଟର ଶ୍ରୀଦେବୀ’ର ନାଗିନ୍ ଗୀତ। ୨୦୧୭ରେ ମୁକ୍ତିଲାଭ କରିଥିବା ‘ସିଷ୍ଟର ଶ୍ରୀଦେବୀ’ର ଏହି ଗୀତରେ ବାବୁସାନଙ୍କ ସହ ନାୟିକା ଶିବାନୀଙ୍କୁ ଦେଖିବାକୁ ମିଳିଥିଲା। ଏହି ସିନେମାର ସଙ୍ଗୀତକାର ଅଭିଜିତ୍ ମଜୁମଦାର ଓ  ନିର୍ମଳ ନାୟକ ଏହାର ଗୀତିକାର। ଅଶୋକ ପତି ଏହାର ନିର୍ଦ୍ଦେଶକ।

ସମ୍ବନ୍ଧିତ ଖବର