ମାର୍ଚ୍ଚ ୧୧ରେ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ପଦ ପାଇଁ ପରୋକ୍ଷ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ୱାରା ଜାନୁଆରି ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି/ଉପସଭାପତି ପଦଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବା ଆସନ୍ତା ମାର୍ଚ୍ଚ ମାସ ୧୧ ତାରିଖରେ ସମସ୍ତ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ପଦ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବା

ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ନିମନ୍ତେ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ଅନୁଷ୍ଠିତ ହେବା ସେହିପରି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବି ପାଇଁ ମାର୍ଚ୍ଚ ୨୩ ତାରିଖରେ ଓ ଜିଲ୍ଲା ପରିଷଦର ଉପସଭାପତି ପଦବି ନିମନ୍ତେ ମାର୍ଚ୍ଚ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବା ପରୋକ୍ଷ ନିର୍ବାଚନ ମାଧ୍ୟମରେ ଉପରୋକ୍ତ ପଦବିଗୁଡ଼ିକ ପୂରଣ ହେଉଥିବାରୁ ଏଥି ନିମନ୍ତେ ନିର୍ବାଚନ ଅଧିକାରୀମାନେ ସଭ୍ୟମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ଡାକିବେ ଓ ପରୋକ୍ଷ ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ସଭ୍ୟମାନେ ସଭାଗୃହରୁ ବାହାରକୁ ଆସିପାରିବେ ନାହିାଁ

ଉପରୋକ୍ତ ପଦବି ପୂରଣ ନିମନ୍ତେ ଧାର୍ଯ୍ୟ ଦିନଗୁଡ଼ିକରେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ସକାଳ ୧୦.୩୦ରୁ ୧୧.୩୦ ମଧ୍ୟରେ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧.୩୦ରୁ ୧୨.୩୦ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ଅପରାହ୧ ଘଣ୍ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଅପରାହ୧.୩୦ ଠାରୁ ଅପରାହ ୪ ଘଟିକା ପର୍ଯ୍ୟନ୍ତ ସଂପୃକ୍ତ ପଦବି ନିମନ୍ତେ ଭୋଟ ଗ୍ରହଣ କରାଯିବା ଭୋଟ ଗ୍ରହଣ ପରେ ପରେ ଭୋଟଗଣତି କରାଯିବ ବୋଲି ନିର୍ବାଚନ କମିସନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା

ସମ୍ବନ୍ଧିତ ଖବର