ନାକ୍‌ଚି ଗଣଦୁଷ୍କର୍ମ ମାମଲାର ଗୁମର ଫିଟିଲା : ନାବାଳକ ସମେତ ୪ ଗିରଫ

ଅନୁଗୁଳ : କିଶୋରନଗର ନାକ୍‌ଚିରେ ସଂଘଟିତ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲାର ଗୁମର ଫିଟିଛିି। ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ପୀଡ଼ିତାଙ୍କୁ ଏକାକୀ ପାଇ ଛଅ ଜଣ ଦୁର୍ବୃତ୍ତ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ଆଣି ଜାତୀୟ ରାଜପଥରେ ଛାଡ଼ି ଚମ୍ପଟ ମାରିଥିଲେ। ଏହି ଅଭାବନୀୟ ଘଟଣାରେ ଜଣେ ନାବାଳକ ସମେତ ୪ଜଣଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ ଦୁଇ ଜଣ ଫେରାର୍‌ ହୋଇଯାଇଛନ୍ତିି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମିତ୍ରଭାନୁ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗତ ୩ ତାରିଖ ଗୁରୁବାର ରାତିରେ ସମ୍ବଲପୁରରେ ରହୁଥିବା ବ୍ୟବସାୟୀ ସ୍ୱାମୀଙ୍କ ସହିତ ପୀଡ଼ିତା ଜଣକ ସମ୍ବଲପୁରରୁ ଭୁବନେଶ୍ୱରସ୍ଥିତ ଦିଅର ଘରକୁ କାର୍‌ରେ ଯାଉଥିଲେ। ରାତି ପ୍ରାୟ ୧୦ଟା ବେଳେ କିଶୋରନଗର ବ୍ଳକ୍‌ ନାକ୍‌ଚିରେ ପୀଡ଼ିତାଙ୍କୁ ପରିସ୍ରା ଲାଗିବାରୁ ସେ କାର୍‌ରୁ ଓହ୍ଲାଇଥିଲେ। ପରେ ଧୋଇ ହେବା ପାଇଁ କାର୍‌ରୁ ପାଣି ବୋତଲ ନେଇ ସେ ଡୋର୍‌ ବନ୍ଦ କରିଦେଇଥିଲେ। ଡୋର୍‌ ଶବ୍ଦ ଶୁଣି ସ୍ତ୍ରୀ କାର୍‌ରେ ବସିଗଲେ ଭାବି ସ୍ୱାମୀ କାର୍‌ ଚଳାଇ ବାହାରି ଯାଇଥିଲେ। ନାକ୍‌ଚିରୁ ହଣ୍ଡପା ଯାଏଁ ପ୍ରାୟ ୧୦କିଲୋମିଟର ଆସିବା ପରେ ପତ୍ନୀ କାର୍‌ରେ ବସିନଥିବା ଜାଣିବାକୁ ପାଇଥିଲେ। ସେ ସଂଗେସଂଗେ ପଛକୁ ଫେରି ନାକ୍‌ଚିରେ ବହୁ ଖୋଜାଖୋଜି କରିଥିଲେ, ହେଲେ ପତ୍ନୀଙ୍କ ପତ୍ତା ପାଇ ନଥିଲେ। ସବୁଆଡୁ ନିରାଶ ହେବା ପରେ ପରଦିନ ଶୁକ୍ରବାର ହଣ୍ଡପା ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୁଲିସ ଛାନଭିନ୍‌ କରି ଚାରିଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଜେରା କାଳରେ ସେମାନେ ଦୁଷ୍କର୍ମ କରିଥିବାର ସ୍ୱୀକାର କରିଥିଲେ ହେଁ ପୀଡ଼ିତାଙ୍କର କୌଣସି ପତ୍ତା ମିଳି ନଥିଲା। ପରେ ଜଗତ୍‌ସିଂହପୁରର ଜଣେ ସମ୍ପର୍କୀୟଙ୍କ ଘରୁ ପୀଡ଼ିତାଙ୍କୁ ଠାବ କରାଯାଇଥିଲା।

ଘଟଣାର ତଦନ୍ତ ପରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ହଣ୍ଡପା ଥାନା କମରେଇ ଗ୍ରାମର ଋଷିନାଥ ବେହେରାଙ୍କ ପୁଅ ପିଲୁ ବେହେରା(୨୨), ଠାକୁରଗଡ଼ କୁସୁମଧରାର ଦିଗମ୍ବର ସାହୁଙ୍କ ପୁଅ ନୀଲମ ସାହୁ(୨୨) ଏବଂ ଛେଣ୍ଡିପଦା ବାରମଞ୍ଚାର ସୁଜିତ୍‌ ସାହୁ(୨୫)। ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାଙ୍କ ନାମ ପୁଲିସ ସାର୍ବଜନୀନ କରିନାହିଁ। ସମସ୍ତ ଅଭିଯୁକ୍ତ ସାଇ ଇନଫ୍ରା ଠିକା ସଂସ୍ଥାରେ କାମ କରୁଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର