ନୂଆପଡ଼ା: ନୂଆପଡ଼ା ସୀମାରୁ ମାତ୍ର ୮କିମି ଦୂର ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଆମାମୋରା ଜଙ୍ଗଲରେ ବୁଧବାର ପୁଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ପୁଲିସର କମ୍ବିଂ ଅପରେସନ ଚାଲିଥିବା ବେଳେ ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଆଇଡି ବୋମା ବିସ୍ଫୋରଣରେ ଜିଲ୍ଲା ଫୋର୍ସର ୨ଜଣ ଯବାନ ସହିଦ ହୋଇଛନ୍ତି। ସେ ଦୁହେଁ ହେଲେ ଦେଭୋଗ କରଚିଆ ଗାଁର ଭୋଜରାଜ ତାଣ୍ଡିଲ ଏବଂ କାଙ୍କେର ଜିଲ୍ଲାର ଲେଖ ରାମ ବଘେଲ। ଗୁରୁବାର ଗରିଆବନ୍ଧ୍ ପୁଲିସର ସମସ୍ୟା ନିବାରଣ ଶିବିର ହେବାକୁ ଥିଲା। ଉକ୍ତ କାର୍ଯକ୍ରମକୁ ନେଇ ଗରିଆବନ୍ଧର ଆମାମୋରା ଜଙ୍ଗଲରେ ଛତିଶଗଡ଼- ଓଡ଼ିଶା ସମାରେ ସିଆରପିଏଫ ୬୫ ବାଟାଲିଅନ ଏବଂ ଛତିଶଗଡ଼ ପୁଲିସର ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନରେ ବାହାରିଥିଲେ। ଏହି ସମୟରେ ନକ୍ସଲମାନେ ଆଇଡି ବ୍ଲାଷ୍ଟ କରିଥିଲେ। ଯେଉଁଥିରେ କି ଜିଲ୍ଲା ଫୋର୍ସର ଉକ୍ତ ଦୁଇ ଯବାନ ସହିଦ ହୋଇଥିଲେ। ଆମ୍ବୁଲାନସ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗରିଆବନ୍ଧ ଏସପି ଏମ. ଆର୍. ଅହିରେଙ୍କ ସୂଚନା ମୁତାବକ ଘଟଣା ପରେ କମ୍ବିଂ ଜୋରଦାର କରାଯାଇଛି। ଏ ସମ୍ପର୍କରେ ନୂଆପଡ଼ା ଏସପି ସ୍ମିତ. ପି. ପରମାରଙ୍କୁ ପଚାରିବାରୁ ନୂଆପଡ଼ା ପୁଲିସ ସତର୍କ ରହିଛି ବୋଲି ପ୍ରକାଶ କରିଛନ୍ତି।
ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ୨ ଯବାନ ସହିଦ
/sambad/media/post_attachments/wp-content/uploads/2018/04/naxal-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)