ନାଲକୋ ଅନୁଦାନରେ ନବରଙ୍ଗପୁରଠାରେ ଖୋଲିଲା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ

ଭୁବନେଶ୍ୱର : ନବରତ୍ନ କମ୍ପାନୀ ନାଲକୋର ଅନୁଦାନରେ ନବରଙ୍ଗପୁରଠାରେ ଖୋଲା ଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ସୋମବାରଦିନ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ସମାରୋହରେ ଦିଲ୍ଲୀରୁ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ।

ନାଲକୋ ଏହି ହସ୍ପିଟାଲର ସମସ୍ତ ଭିତ୍ତିଭୂମି ବିକାଶ ଓ ପରିଚାଳନା ଖର୍ଚ୍ଚ ବହନ କରିବ । ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୦ ଟି ଆଇ.ସି.ୟୁ. (ଅକ୍ସିମେଟ୍ରି ସହ) ର ବ୍ୟବସ୍ଥା କରାଯିବା ସହିତ ୨୪ ଘଣ୍ଟା ଡାଇଗ୍ନୋଷ୍ଟିକ୍ ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ରୋଗୀ ମାନଙ୍କୁ ଯୋଗାଇ ଦିଆ ଯିବାର ବ୍ୟବସ୍ଥା ରହିଛି । ଦକ୍ଷିଣ ଓଡ଼ିଶାରେ ଅବସ୍ଥିତ ଏହି ହସ୍ପିଟାଲ୍ ଆଦିବାସୀ ବହୁଳ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କୁ କୋଭିଡ୍ ୧୯ ଜନିତ ଚିକିତ୍ସା ସେବା ଯୋଗାଇ ପାରିବ ।

ଏହି ହସ୍ପିଟାଲର ଭିତ୍ତିଭୂମିର ବିକାଶ ଏବଂ ପରିଚାଳନା ପାଇଁ ନାଲକୋ, ଜିଲ୍ଲା ପ୍ରଶାସନ ଏବଂ ନବରଙ୍ଗପୁରସ୍ଥିତ ଖ୍ରୀଷ୍ଟିୟାନ୍ ହସ୍ପିଟାଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

ସମ୍ବନ୍ଧିତ ଖବର