ନାଲ୍‌କୋ ନିଟ୍ ଲାଭ ତିନି ଗୁଣରୁ ଅଧିକ

ଭୁବନେଶ୍ବର : ନ୍ୟାସନାଲ୍‌ ଆଲୁମିନିୟମ୍ କଂପାନି (ନାଲ୍‌କୋ)ର ୦୧୮-୧୯ ଆର୍ଥିକ ବର୍ଷର ପ୍ରଥମାର୍ଧରେ କାରବାର ପରିମାଣ ୫୯୫୨ କୋଟି ଟଙ୍କା ହୋଇଛି। ଗତବର୍ଷ ତୁଳନାରେ ଏଥିରେ ୪୨% ବୃଦ୍ଧି ହୋଇଛି। ସେହିପରି ନିଟ୍ ଲାଭ ପରିମାଣ ୨୨୯% ବୃଦ୍ଧି ପାଇ ୧୧୯୭ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ କଂପାନିର ନିଟ୍ ଲାଭ ୩୬୪ କୋଟି ଟଙ୍କା ଥିଲା। ଚଳିତ ଆଥିର୍କ ବର୍ଷ ପ୍ରଥମାର୍ଧରେ ନାଲ୍‌କୋର ନିଟ୍‌ ଲାଭ ପ୍ରାୟ ତିନି ଗୁଣ ଅଧିକ ହୋଇଥିବା ବେଳେ ଅପରେଟି˚ ଲାଭ ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି। ୨୦୧୭-୧୮ ଆର୍ଥିକ ବର୍ଷର ୩୩୪ କୋଟି ଟଙ୍କା ତୁଳନାରେ ୨୦୧୮-୧୯ରେ ଏହା ୧୬୨୪ କୋଟି ଟଙ୍କା ହୋଇଛି। ଏହି ଅବଧିରେ ଇବିଆଇଡିଟିଏ ମାର୍ଜିନ୍‌ ଦ୍ବିଗୁଣିତ ହୋଇ ୧୭%ରୁ ୩୪%କୁ ବୃଦ୍ଧି ପାଇଛି।

ଆଜି ଭୁବନେଶ୍ବରଠାରେ ଅନୁଷ୍ଠିତ ହେଇଥିବା ନାଲକୋ ବୋର୍ଡ‌୍‌ ବୈଠକରେ ଅନୁମୋଦିତ ୨୦୧୮-୧୯ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈୖମାସିକୀ ତଥା ପ୍ରଥମ ଅର୍ଦ୍ଧବାର୍ଷିକୀର ଆୟବ୍ୟୟ ହିସାବ ଅନୁସାରେ କମ୍ପାନୀର ନିଟ୍‌ ଲାଭ, ପୂର୍ବ ବର୍ଷର ୨୩୫ କୋଟି ଟଙ୍କା ତୁଳନାରେ ଦ୍ବିଗୁଣିତ ହୋଇ ୫୧୦ କୋଟି ଟଙ୍କା ହେଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଅପରେଟି˚ ଲାଭ ଗତ ବର୍ଷର ଦ୍ବିତୀୟ ତ୍ରୈମାସିକରେ ହୋଇଥିବା ୨୨୩ କୋଟି ଟଙ୍କା ତୁଳନାରେ ୨୨୯ ପ୍ରତିଶତ ବୃଦ୍ଧି ପାଇ ୭୩୫ କୋଟି ଟଙ୍କା ହୋଇଛି।

ନାଲ୍‌କୋର ଉଲ୍ଲେଖନୀୟ ପ୍ରଦର୍ଶନର ଧାରା ଦ୍ବିତୀୟ ତ୍ରୈମାସିକୀରେ ମଧ୍ୟ ଜାରୀ ରହିଛି। ନୂତନ ବ୍ୟବସାୟିକ ମଡେଲ୍‌ ଅଧିନରେ ସ୍ପେସିଫିକ୍‌ କନ୍‌ଜମ୍ପସନ୍‌ରେ ହ୍ରାସ, ବ୍ୟୟ ହ୍ରାସ, ଉତ୍ପାଦନରେ ବୃଦ୍ଧି, ସ୍ପଟ୍‌ ମାର୍କେଟ୍‌ରେ ଷ୍ଟ୍ରାଟେଜିକ୍‌ ମାର୍କେଟି˚ ଆଦି ଉପରେ ଗୁରୁତ୍ବ ଆରୋପ କରାଯାଉଛି। ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କ ନେତୃତ୍ବରେ ନାଲ୍‌କୋ ୨୦୧୮-୧୯ ଆର୍ଥିକ ବର୍ଷରେ ରେକର୍ଡ କାରବାର କରିବାକୁ ଆଶାବାଦୀ।

ସମ୍ବନ୍ଧିତ ଖବର