ଇସ୍ତଫା ଦେଲେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ

ଭୁବନେଶ୍ବର: ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଆଜି ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏଥିରେ ‌ସେ ନିଜର ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ୨୦୧୮‌ ମାର୍ଚ୍ଚରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା କିନ୍ତୁ ସରକାର ତାଙ୍କ କାର୍ଯ୍ୟକାଳକୁ ୨୦୧୯ ମାର୍ଚ୍ଚ ୩୧କୁ ବୃଦ୍ଧି କରିଥିଲେ । ଅନ୍ୟପଟେ ଶ୍ରୀ ପ୍ରଧାନ ବ୍ୟକ୍ତିଗତ କାରଣ ଦର୍ଶାଇ କାର୍ଯ୍ୟକାଳ ସରିବାର ମାସକ ପୂର୍ବରୁ ଇସ୍ତଫା ଦେଇଥିବାରୁ ୨୦୧୯ରେ ନିର୍ବାଚନ ଲଢିବା ନେଇ ଏପରି ନିଷ୍ପତ୍ତି ନେଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।

ପଶ୍ଚିମ ଓଡିଶାର  ଏକ ଗୁରୁତ୍ୱପୂର୍ଣ୍ଣ ଆସନରୁ ନଳିନୀ ଆଗାମୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନଳିନୀ ନିର୍ବାଚନ ଲଢିପାରନ୍ତି ବୋଲି ପୂର୍ବରୁ ଶୁଣିବାକୁ ମିଳୁଥିଲା ।  ଗତ କିଛି ଦିନ ପୂର୍ବରୁ ରେଢାଖୋଲରେ ଜନୈକ ଶାସକ ଦଳ ନେତାଙ୍କ ସହ ନଳିନୀଙ୍କର ଏକ ପୋଷ୍ଟର ଲାଗିଥିଲା ।  ଏହା ପର ଠାରୁ ନଳିନୀ ନିଜ ପଦରୁ ଖୁବଶୀଘ୍ର ଇସ୍ତଫା ଦେଇ ନିର୍ବାଚନ ଲଢିପାରନ୍ତି ବୋଲି ପାୱାର କରିଡରରେ ଆଲୋଚନା ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର