ନାମ୍ ଟୁଡେର ସମ୍ପାଦିକା ପ୍ରମୋଦା ପଟେଲଙ୍କ ପରଲୋକ

ରାମଚନ୍ଦ୍ରପୁର: ଦେଶର ପ୍ରମୁଖ ପତ୍ରିକା ନାମ୍ ଟୁଡେ (ନିଉ ଏଜ୍ ମାଇଣ୍ତ)ର ସମ୍ପାଦିକା ତଥା ଫରେନ୍‌ ପଲିସି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏଫ୍‌ପିଆର୍‌ଆଇ)ର ନିର୍ଦ୍ଦେଶକା ପ୍ରମୋଦା ପଟେଲ (୫୩)ଙ୍କ ଭୁବନେଶ୍ବରରେ ଗତକାଲି ରାତି ୧୦.୪୫ରେ  ପରଲୋକ ଘଟିଛି। ସେ ପାକସ୍ଥଳୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସେ ହେଉଛନ୍ତି ରୁଷିଆ ଏବଂ ଚୀନ୍‌ର ପୂର୍ବତନରାଷ୍ଟ୍ରଦୂତ ସ୍ବର୍ଗତ ଯଯାତି କେଶରୀ ପଟେଲଙ୍କ ଧର୍ମପତ୍ନୀ।

ପ୍ରମୋଦା ପଣ୍ତୁଆ ଗ୍ରାମର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସ୍ବର୍ଗତ ଉପେନ୍ଦ୍ରନାଥ ଚକ୍ରଙ୍କ ମଝିଆ ଝିଅ। ତାଙ୍କ ଅକାଳ ବିୟୋଗରେ ବାପଘର କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ପଣ୍ତୁଆ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦୀପକ କୁମାର ଜେନା, ସୁଧୀର ରଂଜନ ଚକ୍ର, ପ୍ରିୟରଂଜନ ଚକ୍ର, ଅଭିଳାଶ ଚକ୍ର, ଅଭିଜିତ ଚକ୍ର, ଇନ୍ଦିରା ପ୍ରିୟଦର୍ଶିନୀ ଚକ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର