ନିମାପଡ଼ା : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ସଂପାଦକ (ଆର୍ଏମ୍ସି)ର ସଂପାଦକ ବିଜୟ କୁମାର ସ୍ବାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଭୁବନେଶ୍ବର ଭିଜିଲାନ୍ସର ଏକ ଟିମ୍ ଆଜି ନିମାପଡ଼ା ଏନ୍ଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡ କିଆକଣ୍ଟାସ୍ଥିତ ଶ୍ରୀ ସ୍ବାଇଁଙ୍କ ପୈତୃକ ଘର, ଶ୍ୱଶୁର ଘର ଏବଂ ସ୍ଥାନୀୟ ଗୋଲେଇ ଛକ ନିକଟରେ ଥିବା ଆର୍ଏମ୍ସି ଅଫିସ ଉପରେ ଏକକାଳୀନ ଚଢ଼ଉ କରିଥିଲା।
ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶ, ଶ୍ରୀ ସ୍ବାଇଁଙ୍କ ଏକ ତିନି ମହଲା କୋଠା ଘରୁ ଲୁହା ଆଲମିରାରୁ ୧୦୦ଗ୍ରାମ୍ ଓଜନର ସୁନା ଅଳଙ୍କାର, ୨ଟି ବାଇକ୍ ଏବଂ ଗୋଟିଏ ବୋଲେରୋ ଜବତ କରାଯାଇଛି। ସେହିପରି ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ୧୫ଟି ପାସ ବୁକ୍କୁ ମଧ୍ୟ ଜବତ କରାଯାଇଛି। ଜବତ ସମ୍ପତ୍ତିର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି। ତେବେ ଶ୍ରୀ ସ୍ବାଇଁଙ୍କୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି।