ଭୁବନେଶ୍ବର: ବଦଳିଲା ସରକାର ବଦଳିଲା ନାଁ। ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ବଦଳାଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରୀଡ଼ା ଓ ଯୁବ ସେବା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜୁ କ୍ରୀଡ଼ା ସମ୍ମାନ ଏଣିକି ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ପୁରସ୍କାର ପ୍ରଦାନ କରାଯିବ।
ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରୁଥିଲେ। ପ୍ରତିବର୍ଷ ଖେଳରେ ଭଲ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନୀତ କରୁଥିଲେ। ଏବେ ରାଜ୍ୟରେ ସରକାର ବଦଳିବା ପରେ ଏହି ସମ୍ମାନର ନାଁ ବଦଳାଇ ଦେଇଛନ୍ତି କ୍ଷମତାରେ ଥିବା ବିଜେପି ସରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/d5dc8569-d7ba-4312-a33c-6059a72ffd59.jpeg)