ଭୁବନେଶ୍ବର:‘ମୋ’ ବସର ନାମ ବଦଳି ହୋଇପାରେ ‘ଆମ’ ବସ୍। ଆବଶ୍ୟକ ପଡ଼ିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ଆମେ ହେଲେ ଭଲ ହେବ। ‘ମୋ’ ବସ ସେବା ଲୋକମାନଙ୍କୁ ସୁବିଧା ଯୋଗାଉଥିବା ବେଳେ ଏହା ଚାଲୁ ରହିବ। ଆବଶ୍ୟକ ପଡ଼ିଲେ ବସ୍ ସଂଖ୍ୟା ବଢାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତିା ଲକ୍ଷ୍ମୀ ବସ୍‌ର ନାମ ଓ ରଙ୍ଗ ବଦଳିବା ପ୍ରସଙ୍ଗରେ ସେ କହିଛନ୍ତି, ପ୍ରଥମେ ‘ମୋ ବସ୍‌’ର ବ୍ୟବସ୍ଥା ବଦଳିବ। ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ’ ବସ୍‌ର ନାମ ଓ ରଙ୍ଗ ବଦଳିବ। ଭୁବନେଶ୍ବର ଓ କଟକ ପାଇଁ ଆହୁରି ୧୦୦ ଲେଖାଏଁ ବସ୍ ଅଣାଯିବ।

Advertisment

ଆଗକୁ ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଓଡ଼ିଶାକୁ ୪୦୦ ବସ୍ ଆସିବାକୁ ଥିବା ବେଳେ ଭୁବନେଶ୍ବର, କଟକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ମଧ୍ୟ ଏହି ବସ୍ ଚଳାଚଳ କରିବ ବୋଲି ମନ୍ତ୍ରୀ କହିଛନ୍ତି।  ଆଜି ସକାଳେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମାଷ୍ଟରକ୍ୟାଣ୍ଟିନ ଠାରୁ ଗାଡ଼କଣ ପର୍ଯ୍ୟନ୍ତ ‘ମୋ’ ବସରେ ଯାତ୍ରା କରିବା ସହ ଯାତ୍ରୀମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା