କୃଷକଙ୍କ ସ୍ୱାଧୀନତା ପାଇଁ ସମଗ୍ର ଦେଶରେ ଆନ୍ଦୋଳନ କରାଯିବ-ଆନ୍ନା ହଜାରେ

ଜଗତସିଂହପୁରରେ ନବକୃଷ୍ଣ ଚୈାଧୁରୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଓ ଜୟ କିଷାନ ସମାବେଶ

ଜଗତସିଂହପୁର: ଗାନ୍ଧିଜୀଙ୍କର ଲକ୍ଷ୍ୟ ଥିଲା ଦେଶରୁ ଇଂରେଜଙ୍କୁ ହଟାଇବା ଓ ଦେଶରେ ଲୋକତନ୍ତ୍ର ପ୍ରତିଷ୍ଠା କରିବା। ମାତ୍ର ଆଜି ଲୋକତନ୍ତ୍ର ଦେଶରେ ପ୍ରତିଷ୍ଠା ହୋଇ ପାରି ନାର୍ହିଁ, ପାର୍ଟିତନ୍ତ୍ର ପ୍ରତିଷ୍ଠା ହୋଇଛି। ଏହି ପାର୍ଟିତନ୍ତ୍ରରେ କୃଷକ ଆଜି ଶୋଷିତ । କୃଷକଙ୍କ ସ୍ୱାଧୀନତା ପାଇଁ ସମଗ୍ର ଦେଶରେ ଆନ୍ଦୋଳନ କରାଯିବ। କୃଷକଙ୍କୁ ସେମାନଙ୍କ ଉତ୍ପାଦନ ପାଇଁ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ପ୍ରଦାନ ସହିତ ୬୦ ବର୍ଷ ହେବା ପରେ ପେନସନ ପ୍ରଦାନ କରାଯିବା ଦରକାର । ଏହାକୁ ସାକାର କରିବାକୁ ହେଲେ ଆମକୁ ଦ୍ୱିତୀୟ ପ୍ରତିଜ୍ଞା କରିବାକୁ ପଡ଼ିବ। ଗାନ୍ଧିଜୀ ଇଂରେଜମାନଙ୍କୁ ତଡ଼ିବା ପାଇଁ ‘କର ଅବା ମର’ ଡାକରା ଦେଇଥିଲେ। ତାହା ଥିଲା ପ୍ରଥମ ପ୍ରତିଜ୍ଞା। ଆଜି କୃଷକଙ୍କୁ ସେମାନଙ୍କ ହକ୍‌ ପ୍ରଦାନ ପାଇଁ ଦ୍ୱିତୀୟ ପ୍ରତିଜ୍ଞା କରିବାକୁ ପଡ଼ିବ। ଏଥିପାଇଁ ଅହିଂସା ମାର୍ଗକୁ ବାଛିବାକୁ ପଡ଼ିବ । ଚାଷୀ ଆନ୍ଦୋଳନକୁ ଏମିତି ତୀବ୍ର କରାଯିବ ଯେପରିକି ଜେଲରେ ଚାଷୀମାନଙ୍କୁ ରଖିବାକୁ ସ୍ଥାନର ଅଭାବ ପଡ଼ିବ। ଏଥିପାଇଁ ସମଗ୍ର ଦେଶରେ ଚାଷୀମାନଙ୍କ ଆନ୍ଦୋଳନ ଆରମ୍ଭ ହେବ। ୮ଟି ରାଜ୍ୟରେ ଏହି କିଷାନ ସମାବେଶ ପାଇଁ ତାରିଖ ଧାର୍ଯ୍ୟ ହୋଇ ସାରିଛି, ଖୁବ୍‌ ଶୀଘ୍ର ଅନ୍ୟ ରାଜ୍ୟରେ ମଧ୍ୟ ଏହି ଆନ୍ଦୋଳନକୁ ନେବା ପାଇଁ ଯୋଜନା କରାଯାଉଛି ବୋଲି  ବିଶିଷ୍ଟ ଗାନ୍ଧିବାଦୀ  ନେତା ତଥା ସାମାଜିକ କର୍ମୀ ଅାନ୍ନା ହଜାରେ କହିଛନ୍ତି।

ଜଗତସିଂହପୁରରେ ନବ ନିର୍ମାଣ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଅାୟୋଜିତ ଜୟ କିଷାନ୍ ମହାସମାବେଶରେ ଯୋଗଦେଇ ଅାନ୍ନା ହଜାରେ  ନବକୃଷ୍ଣ ଚୌଧୁରୀ ଜୟନ୍ତୀ ଅବସରରେ ନିଶାପାନରୁ ସମସ୍ତଙ୍କୁ ନିବୃତ୍ତ ରହିବାକୁ ଶପଥ ନେବାକୁ ସେ ଆହ୍ଵାନ ଦେଇଥିଲେ।

ଏହି ସମାବେଶରେ ଯୋଗ ଦେଇ ନବ ନିର୍ମାଣ କୃଷକ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଚାଷୀମାନଙ୍କର ତିନୋଟି ଦାବି, ତାହା ହେଉଛି ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ୍‌। ପ୍ରାଇସ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପେନସନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର ସେମାନେ ଦେଉ ନାହାଁନ୍ତି। ଆଉ ଭୋଟ କାଙ୍ଗାଳ ରାଜନେତାମାନେ ଆମକୁ ପ୍ରେଷ୍ଟିଜ ଦେବେ ନାର୍ହିଁ, ପ୍ରେଷ୍ଟିଜ୍‌ ଦେବେ ସାଧାରଣ ଲୋକେ। ତେଣୁ ଆମକୁ ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ, କର୍ମ କରିବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ସେହିପରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏବେ ବି ପାଉତିରେ ପ୍ରଜାର ନାମ ଲେଖା ଯାଉଛି। ରାଜତନ୍ତ୍ର କେବେଠାରୁ ଗଲାଣି କିନ୍ତୁ ଆମେ ପ୍ରଜା ହୋଇ ରହିଛନ୍ତି। ଯେ ପର୍ଯ୍ୟନ୍ତ ପାଉତିରେ ପ୍ରଜାର ନାମ ନ ହଟିଛି ଆମେ ଖଜଣା ଦେବା ନାର୍ହିଁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ। ଏ ସବୁ ପାଇଁ ଚାଷୀଙ୍କୁ ଏକାଠି ହୋଇ ଭୋଟ ଗଣିତର ହିସାବ ବୁଝୁଥିବା ରାଜନେତାଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସୂଚନାଯୋଗ୍ୟ ଯେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଜଗତସିଂହପୁରରେ ନବକୃଷ୍ଣ ଚୈାଧୁରୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଓ କୃଷକଙ୍କୁ ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବିରେଜୟ କିଷାନା ମହାସମାବେଶଆୟୋଜନ କରାଯାଇଥିଲା। ଏଥିରେ ସମାଜସେବୀ ଆନ୍ନା ହଜାରେ ଓ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଚାଷୀମାନଙ୍କ ମନୋବଳ ବୃଦ୍ଧିି ପାଇ ଉଦ୍ୟମ କରଛନ୍ତି। ଏଥିପାଇଁ ଆଜି ସକାଳୁ ଭୁବନେଶ୍ୱରରୁ ଏକ ବିରାଟ ଶୋଭାଯାତ୍ରାରେ ଆନ୍ନା ହଜାରେ ଓ ଶ୍ରୀ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ସଂଯୋଗକ ଶେଷଦେବ ନନ୍ଦ ଓ ନବ ନିର୍ମାଣ କୃଷକ ସଙ୍ଗଠନର କର୍ମୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର, ସଙ୍ଗଠନର ଉପଦେଷ୍ଟା ରବି ଦାସ ଯୋଗ ଦେଇ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର