ନନ୍ଦନକାନନରେ ପ୍ରାଣୀଙ୍କ ମୃତ୍ୟୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ବର : ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନରେ ନୀଳ ଗାଈ ମୃତ୍ୟୁକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଆଜି ଅପରାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏ ନେଇ ଉଦବେଗ ପ୍ରକାଶ କରି କହିଥିଲେ ନିକଟରେ ପ୍ରାଣୀ ଉଦ୍ୟାନରେ ନୀଳ ଗାଈର ମୃତ୍ୟୁ ହୋଇଛି। ପୂର୍ବରୁ ଓଟପକ୍ଷୀ, ସାପ ଓ ବିରଳ ଜୀବଜନ୍ତୁଙ୍କର ମୃତ୍ୟୁ ହେଉଛି। ଏହା ଅତି ଗମ୍ଭୀର ବିଷୟ। ଏଥିପ୍ରତି ସକାର ଯତ୍ନବାନ ହୁଅନ୍ତୁ। ଫନି ବାତ୍ୟାରେ ପ୍ରାଣୀ ଉଦ୍ୟାନର ବହୁ ଗଛ ନଷ୍ଟ ହୋଇଯାଇଛି। ପ୍ରାଣୀମାନଙ୍କ ବିଚରଣ ପାଇଁ ବୃକ୍ଷ ଛାଇ ନାହିଁ। ପ୍ରତିଦିନ ଏହି ପ୍ରାଣୀ ଉଦ୍ୟାନକୁ ୨୫ରୁ ୩୦ ହଜାର ପର୍ଯ୍ୟଟକ ଆସୁଛନ୍ତି ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ବାହାର ରାଜ୍ୟରୁ ଅଧିକ ନୂଆ ପ୍ରଜାତିର ପ୍ରାଣୀ ଆଣନ୍ତୁ। ଏପରିକି ନନ୍ଦନକାନନରେ ବହୁତ ହାତୀ ଅଛନ୍ତି। ସେମାନଙ୍କୁ ବଦଳ କରି ଅନ୍ୟ ରାଜ୍ୟରୁ ଏଠାରେ ନଥିବା ପ୍ରାଣୀଙ୍କୁ ଆଣିବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧିତ ଖବର