ବାରଙ୍ଗ : ବାତ୍ୟା ‘ଫନି’ ପରେ ବନ୍ଦ ରହିଥିବା ନନ୍ଦନକାନନ ଆସନ୍ତା କାଲି ଖୋଲିବ। ସୋମବାର ବୈଷୟିକ କମିଟିର ସଦସ୍ୟମାନେ ନନ୍ଦନକାନନ ପରିସର ବୁଲି ସ୍ଥିତି ଯାଞ୍ଚ କରି ସବୁଜ ସଂକେତ ଦେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। କମିଟିର ଅଧ୍ୟକ୍ଷ ଏସ୍ କେ ରାୟ, ସଦସ୍ୟ ଏସ୍ ମହାପାତ୍ର, ଡ. ଜେ ଏନ୍ ମହାନ୍ତି, ଡ. ଏଲ୍ ଏନ୍ ଆଚାର୍ଯ୍ୟ, ନନ୍ଦନକାନନ ବାୟୋଲୋଜିକାଲ ପାର୍କର ନିର୍ଦେଶକ ତଥା କମିଟି ସଦସ୍ୟ ଏସ. ପଲ, କେନ୍ଦ୍ରୀୟ ବନ୍ୟପ୍ରାଣୀ ସ୍ବାସ୍ଥ୍ୟ ସଂଯୋଜକ ତଥା ଓୟୁଏଟିର ପ୍ରଫେସର ନିରଞ୍ଜନ ସହୁ, ଓୟୁଏଟି ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡା. ଇନ୍ଦ୍ରମଣି ନାଥ, ପାଥୋଲୋଜି ବିଭଗର ମୁଖ୍ୟ ଡା. ଏସ୍ କେ ପଣ୍ତା ପ୍ରମୁଖ ନନ୍ଦନକାନନର ଉପନିେର୍ଦ୍ଦଶକ ଜୟନ୍ତ ଦାସ, ବରିଷ୍ଠ ଚିକିତ୍ସକ ଡା. ଆଲୋକ କୁମାର ଦାସ, ଡା. ଦେବଦତ୍ତ ମହାପାତ୍ର, ଡ. ଶରତ କୁମାର ସାହୁ, ନନ୍ଦନକାନନର କ୍ୟୁରେଟର୍ ଅଞ୍ଜନ କୁମାର ମହାନ୍ତି, ଜନ୍ତୁ ବିଭାଗ ରେଞ୍ଜ ଅଫିସର ଅଶୋକ କୁମାର ଦାସଙ୍କ ସହ ଜୀବଜନ୍ତୁଙ୍କ ଖୁଆଡ଼ ବୁଲି ଦେଖିଥିଲେ। ସେମାନେ ଖୁଆଡ଼ର ସ୍ଥିତି ଯାଞ୍ଚ କରିବା ସହିତ ଖାଦ୍ୟ ଓ ପାନୀୟ ସମ୍ପର୍କରେ ପଚାରି ବୁଝିଥିଲେ। ତେବେ କୁମ୍ଭୀରମାନେ ରହୁଥିବା ଜଳାଶୟର ପାଣିକୁ ବଦଳାଇବାକୁ ପରାମର୍ଶ ଦେଇଥିଲେ। ଶେଷରେ ନନ୍ଦନକାନନ ପାନ୍ଥନିବାସରେ ବୈଠକ କରି ଆବଶ୍ୟକ ପରାମର୍ଶ ଦେବାପରେ ମଙ୍ଗଳବାର ନନ୍ଦନକାନନ ଖୋଲିବାକୁ ସହମତି ଜଣାଇ ପ୍ରତ୍ୟାବର୍ତ୍ତନ କରିଥିଲେ। ନନ୍ଦନକାନନ ନିେର୍ଦ୍ଦଶକ ଶ୍ରୀ ଦାସଙ୍କ ଘୋଷଣା ପେର ବାତ୍ୟାର ୧୯ ଦିନ ପରେ ନନ୍ଦନକାନନ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲାଯିବ। କ୍ରମାଗତ ଭାବେ ଏତେଦିନ ଧରି ବନ୍ଦ ରହିବା ନନ୍ଦନକାନନ ଇତିହାସ ପାଇଁ ପ୍ରଥମ ଘଟଣା ବୋଲି କୁହାଯାଉଛି।
ଆଜି ଖୋଲିବ ନନ୍ଦନକାନନ
ବୈଷୟିକ କମିଟିର ସ୍ଥିତି ଯାଞ୍ଚ ପରେ ନିଷ୍ପତ୍ତି
/sambad/media/post_attachments/wp-content/uploads/2019/05/baranga-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)