ବାର୍ଡ ଫ୍ଲୁ ଭୟ ! ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନର ପକ୍ଷୀ ବିହାର

ଭୁବନେଶ୍ବର : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଚାଲିଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ସତର୍କ ହୋଇଉଠିଛନ୍ତି । ବାର୍ଡ ଫ୍ଲୁ ଯେପରି  ଚିଡ଼ିଆଖାନାରେ ଥିବା ପକ୍ଷୀମାନଙ୍କୁ ନ ବ୍ୟାପେ ସେଥିଲାଗି ନନ୍ଦନକାନନର ପକ୍ଷୀ ରହୁଥିବା ଅଂଶ ବା ପକ୍ଷୀ ବିହାରକୁ  ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ସହିତ ନନ୍ଦନକାନନରେ ଥିବା ସଫାରି ଓ ବ୍ୟାଟେରୀ ଚାଳିତ ଗାଡ଼ି ଚଳାଚଳକୁ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର