ଭୁବନେଶ୍ୱର : ସମ୍ଭାବ୍ୟ  ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ପାଇଁ ରାଜ୍ୟରେ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ବାତ୍ୟା କବଳରୁ ରକ୍ଷା କରିବା ପାଇଁ ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ନିଆଯାଉଛି । କେବଳ ମନୁଷ୍ୟ ନୁହେଁ, ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ କେତେକ ପଦକ୍ଷେପ ନିଆଯାଇଛି ।

Advertisment

ବାତ୍ୟା ଦୃଷ୍ଟିରୁ  ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ଜାତୀୟ ଉଦ୍ୟାନକୁ ୪ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଚିଡ଼ିଆଖାନା ବନ୍ଦ ରହିବ । ପଶୁପକ୍ଷୀ ଓ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି ।