ପୁରୀ: ରଥ ଚକ ବିକ୍ରି ପାଇଁ ମୂଲ୍ୟ ସ୍ଥିରୀକୃତ ହୋଇଛି। ୨୦୨୩ରେ ପ୍ରତ୍ୟେକ ରଥ ଚକର ଦାମ ୫୦ ହଜାର ଟଙ୍କା ରହିଥିଲା। ଚଳିତ ବର୍ଷ ଏହା ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକର ମୂଲ୍ୟ ରହିଛି ୧ଲକ୍ଷ ୫୦ ହଜାର ଟଙ୍କା। ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଚକର ମୂଲ୍ୟ ରଖାଯାଇଛି ୨ଲକ୍ଷ। ଶ୍ରୀଜଗନ୍ନାଥଙ୍କ ରଥ ଚକର ମୂଲ୍ୟ ୩ଲକ୍ଷ ଟଙ୍କା ସ୍ଥିର ହୋଇଛି। ପ୍ରତ୍ୟେକ ରଥର ‘ଗୁଜ’ର ମୂଲ୍ୟ ରହିଛି ୧୫ ହଜାର ଟଙ୍କା। ‘ଅସୁଆରି’ର ମୂଲ୍ୟ ୧୫ ହଜାର ଟଙ୍କା। ପ୍ରତ୍ୟେକ ରଥର ‘ପ୍ରଭା’ର ମୂଲ୍ୟ ରହିଛି ୨୫ ହଜାର ଟଙ୍କା। ଯେଉଁ ଭକ୍ତ ୩ ରଥର ୩ଟି ଚକ ଏକାକାଳୀନ ନେବେ ସେମାନଙ୍କୁ ୬ଲକ୍ଷ ୫୦ ହଜାର ଟଙ୍କା ପରିବର୍ତ୍ତେ ୬ଲକ୍ଷ ଟଙ୍କାରେ ଯୋଗାଇ ଦିଆଯିବ।
୩ ରଥର ୩ ଚକ ନେଲେ ୬ଲକ୍ଷ ଟଙ୍କା
ଦର୍ପଦଳନ ଚକ ମୂଲ୍ୟ ଦେଢ଼ ଲକ୍ଷ
ତାଳଧ୍ବଜ ଚକର ମୂଲ୍ୟ ୨ଲକ୍ଷ
ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି, ଯେକୌଣସି ବ୍ୟକ୍ତି ଓ ଅନୁଷ୍ଠାନ ରଥ ଚକ କିମ୍ବା ଅନ୍ୟ ଅଂଶ ନେବାକୁ ଚାହିଁବେ, ଶ୍ରୀମନ୍ଦିରରୁ ଦରଖାସ୍ତ ନେଇ ସେଥିରେ ଆବେଦନ କରିବେ। ଦରଖାସ୍ତ ଦେୟ ୧ହଜାର ଟଙ୍କା ଦେବାକୁ ପଡ଼ିବ। ସେପ୍ଟେମ୍ବର ୧୫ ସୁଦ୍ଧା ଆବେଦନ କରିବାକୁ ପଡ଼ିବ। ଶ୍ରୀମନ୍ଦିର ପ୍ରଶାସନଠାରୁ ରଥ ଚକ ନେବାକୁ ଯୋଗ୍ୟ ହୋଇଥିବା ବ୍ୟକ୍ତି ସୂଚନା ପାଇବାର ସପ୍ତାହେ ମଧ୍ୟରେ ମୂଲ୍ୟ ପଇଠ କରିବେ। ସପ୍ତାହେ ମଧ୍ୟରେ ମୂଲ୍ୟ ପଇଠ ନକଲେ ଅନ୍ୟ ଆବେଦନକାରୀଙ୍କୁ କିଣିବାର ସୁଯୋଗ ଦିଆଯିବ। ମୂଲ୍ୟ ପଇଠର ୧୫ ଦିନ ମଧ୍ୟରେ ଚକ କିମ୍ବା ଅନ୍ୟ ଅଂଶ ନେବାର ବ୍ୟବସ୍ଥା କରିବେ। ଲୋଡିଂ, ଅନ୍ଲୋଡିଂ ଓ ପରିବହନ ଖର୍ଚ୍ଚ କିଣିବା ବ୍ୟକ୍ତି ବା ଅନୁଷ୍ଠାନ ବହନ କରିବେ। ରଥ ଚକ ନେବା ପୂର୍ବରୁ ଏହାର ପବିତ୍ରତା ବଜାୟ ସହ ପୂଜା କରିବା ନେଇ ଏକ ଅଣ୍ଡରଟେକିଂ ଲେଖିବେ।
ରଥ ଚକକୁ ସଂରକ୍ଷିତ ରଖିବାରେ ଅବେହଳା କିମ୍ବା ଅପମାନିତ କଲା ଭଳି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୨୦୧୭ ମସିହାପରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୪୦ଟି ରଥ ଚକ ବିକ୍ରି ନ ହୋଇ ନଷ୍ଟ ହେଉଥିଲା। ୨୦୨୩ ମସିହାରେ ଏହାକୁ ଭକ୍ତମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। ସେତେବେଳେ ପ୍ରତ୍ୟେକ ରଥର ଚକର ମୂଲ୍ୟ ୫୦ ହଜାର ଟଙ୍କା ରହିଥିଲା। ପ୍ରଭାର ଦର ୨୫ ହଜାର ଟଙ୍କା ଏବଂ ଗୁଜର ଦର ୧୦ ହଜାର ଟଙ୍କା ରହିଥିଲା। ଚଳିତ ବର୍ଷ ମଧ୍ୟ ପ୍ରଭା ଦର ଅପରିବର୍ତ୍ତିତ ରହିଛି। ମାତ୍ର ଗୁଜର ଦର ୧୦ରୁ ୧୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/08/50r1kURMnnaFIOIz8FA6.jpg)