ଗୋପପୁର : ଉତ୍ସବ ମୁଖର ଗୋପପୁର। ‘ଆହାରେ ନନ୍ଦ କୋଳେ ଗୋବିନ୍ଦ’ ଧ୍ବନିରେ ପ୍ରକମ୍ପିତ ସାରା ଗୋପ। ଖେଳିଯାଇଛି ଖୁସିର ଲହରି। ନନ୍ଦୋତ୍ସବ ସହ ନୃତ୍ୟଗୀତରେ ବିଭୋର ହୋଇ ପଡ଼ିଛନ୍ତି ଗୋପପୁରବାସୀ। କୃଷ୍ଣଙ୍କ ବାଲ୍ୟଲୀଳାର ଏକ ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳିଛି ଗୋପରେ। କୃଷ୍ଣ ପ୍ରେମମୟ ଗୋପପୁର ଫୁଲଚନ୍ଦନରେ ମଧୁମୟ ହୋଇଉଠିଛି। ଦିବ୍ୟ ମାନବରୂପୀ ଯଶୋଦାଙ୍କ ଅଳିଅଳ କୃଷ୍ଣ ଝୁଲଣାରେ ଝୁଲି ଝୁଲି ପରଷି ଯାଉଛନ୍ତି ପ୍ରେମର ମଧୁଭରା ରସ। ଗୋପୀଗୋପାଳ ମଜି ଯାଇଛନ୍ତି କୃଷ୍ଣ ପ୍ରେମରେ। ଚାରିପଟେ ରାସନୃତ୍ୟ, ନଗର ସ˚କୀର୍ତ୍ତନ। ପୂର୍ଣ୍ଣକଳସ, ଫୁଲ ଚନ୍ଦନରେ ଲୋକେ ଚାହିଁ ରହିଛନ୍ତି କୃଷ୍ଣଙ୍କ କୋମଳ ପାଦର ସ୍ପର୍ଶକୁ। ଘରକାନ୍ଥ, ବାଡ଼ ସବୁଆଡେ଼ କୃଷ୍ଣାମୃତବାଣୀ। ଘଣ୍ଟଶଙ୍ଖ, ହୁଳହୁଳି, ସଂକୀର୍ତ୍ତନରେ କୃଷ୍ଣ ଗୋପପୁର ଭ୍ରମଣ କରିଛନ୍ତି।
ଗୋପପୁରରେ ନିର୍ମିତ ନନ୍ଦରାଜାଙ୍କ ମହଲକୁ ଏସ୍ଡିପିଓ ଅମ୍ରିତ ପଣ୍ଡା, ଉପଜିଲ୍ଲାପାଳ ଲାଲାଟ ଲୁହା, ପୌର ନିର୍ବାହୀ ଅଧିକାରୀ ନାରାୟଣ ଡନ୍ସେନା, ଧନୁଯାତ୍ରା ମହୋତ୍ସବ ସମିତି ସଂପାଦକ ସୁରେଶ୍ବର ଶତପଥୀ ବିଧିବଦ୍ଧ ଭାବରେ ଉଦ୍ଘାଟନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/baragarh-d.jpg)