ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ

ବାଲେଶ୍ୱର‌: ବିଶ୍ୱ ସମ୍ବାଦ କେନ୍ଦ୍ର, ବାଲେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ବିଶ୍ୱର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦ ମୁନିଙ୍କ ପବିତ୍ର ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଚାନ୍ଦିପୁର ଆଇଟିଆରର ପୂର୍ବତନ ଗ୍ରୁପ୍‌ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାନ୍ତି ଏବଂ ମୁଖ୍ୟବକ୍ତା ଭାବେ ‘ସାଂସ୍କୃତିକ ଜାଗରଣ’ ପତ୍ରିକାର ସମ୍ପାଦକ ରବିନାରାୟଣ ପଣ୍ଡା ଯୋଗ ଦେଇ ବିଶ୍ୱର କଲ୍ୟାଣ ପାଇଁ ନାରଦଙ୍କର ଯେଉଁଭଳି ଭୂମିକା ରହିଥିଲା ଆଜିର ଗଣମାଧ୍ୟମ ପ୍ରତିନିଧିମାନେ ସେହି ମାର୍ଗ ଅନୁସରଣ କରିବା ଜରୁରୀ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରଂଜନ କୁମାର ବାଗ ଯୋଗ ଦେଇ ଦେବର୍ଷି ନାରଦ ଓ ବର୍ତ୍ତମାନ ସମୟର ସମ୍ବାଦପତ୍ର ଓ ସାମ୍ବାଦିକତା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାମ୍ବାଦିକ ଗଙ୍ଗାଧର ରାଉତ, ଦେବବ୍ରତ ପାଣିଗ୍ରାହୀ, ରତିକାନ୍ତ ପାତ୍ର, ଆଶୁତୋଷ ମଲ୍ଲିକ ଓ ସ୍ତମ୍ଭକାର ଉପେନ୍ଦ୍ର ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନାରଦ ଜୟନ୍ତୀ ସମାରୋହ ସମିତି ବାଲେଶ୍ୱର ଶାଖାର ଆବାହକ ସାମ୍ବାଦିକ ମନୋଜ କୁମାର ରାଉଳଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଣିଖମ୍ବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନେ ବନ୍ଦେ ମାତରଂ ଓ ସାମୂହିକ ଗୀତ ଗାନ କରିଥିଲେ। ବିଶ୍ୱ ସମ୍ବାଦ କେନ୍ଦ୍ର ଓ ନାରଦ ଜୟନ୍ତୀ ସମାରୋହ ସମିତିର ସଂଯୋଜକ ମନୀନ୍ଦ୍ର ସୁନ୍ଦର ଦାସ ଅତିଥି ପରିଚୟ ଓ ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କ ମାନପତ୍ର ପାଠ କରିଥିଲେ। ଶେଷରେ ରଶ୍ମିରଞ୍ଜନ ଶତପଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର