ଚିଟଫଣ୍ଡ ତଦନ୍ତ ଯେମିତି ହେଲା ଅର୍ଚ୍ଚନା ନାଗ ମାମଲା ସେମିତି ନହେଉ: ନରସିଂହ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି | ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ଇଡି ତଦନ୍ତ ପରେ ପ୍ରମାଣିତ ହୋଇଛି ଯେ, ଓଡିଶା ପୁଲିସ ଦୋଷୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଭାବରେ ଦାୟୀ । କାରଣ ଯାହାକୁ ପୁଲିସ ଛାଡ଼ି ଦେଇଥିଲେ, ଇଡି ତାକୁ ପୁଣି ଗିରଫ କେମିତି କଲା । କିଛି ତ ପ୍ରମାଣ ନିଶ୍ଚିତ ଭାବରେ ଥିଲା । ଏହା ବିଧାନସଭାରେ ଉଠିବ | ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ଉତ୍ତର ଦିଅନ୍ତୁ । ତାଙ୍କର ଓଡିଶା ପୁଲିସ ଦୋଷୀକୁ ଧରି କେମିତି ଛାଡ଼ିଦେଲା । ଅନେକ ତଥ୍ୟ ତା ପାଖରୁ ବାହାରୁଛି ବୋଲି ଜଣାପଡ଼ିଛି । ତେଣୁ ଓଡିଶା ପୁଲିସ ସାମିଲ ହୋଇକି ଅଛି । ହୁଏତ ସରକାରୀ ଦଳର ହାତ ବାରିସି ସାଜି କାମ କରୁଛି ।

ଏ ବିଷୟ ଯିଏ ବିଧାନସଭାରେ ଉପସ୍ଥାପିତ କରିବ ନାହିଁ, ତାର ସମ୍ପୃକ୍ତି ଅଛି ବୋଲି ଧରାପଡ଼ିଯିବ । ଚିଟଫଣ୍ଡ ତଦନ୍ତ ଯେମିତି ହେଲା ଏହି କେସ ସେମିତି ନହେଉ । ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସୁଛି ଅଧିକାଂଶ ସରକାରୀ ଦଳର ସଦସ୍ୟ । ଓଡିଶାର ସରକାରୀ ଦଳ ଆଉ କେନ୍ଦ୍ରର ସରକାରୀ ଦଳ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ । ତାହେଲେ ଚୋର ଧରିବ କିଏ ? ଗୋଟିଏ ସିଲଭର ଲାଇନିଂ । ଯେଉଁ ଏସଆଇଟି ଗଠନ ହୋଇଛି । ଜଷ୍ଟିସ ପଶାୟତ ସେଥିରେ ଭାଇସ୍ ଚେୟାରମ୍ୟାନ ଅଛନ୍ତି । ସେ ମାମଲାକୁ ଗୁରୁତର ସହ ନେଇଛନ୍ତି ଏବଂ ଆୟକର ବିଭାଗକୁ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିରୁ ଜଣାପଡୁଛି, ଯେତେ ସବୁ ଚୋର ଅଛନ୍ତି ବୋଧେ ଧରାପଡ଼ିବେ । କିନ୍ତୁ ଧରା ପଡିବେ ପଡିବେ ବୋଲି ଯଦି ଗଡେଇ ଚାଲିବେ, ତାହେଲେ ଲୋକଙ୍କର ଅବିଶ୍ଵାସ ଆରମ୍ଭ ହେବ ଏବଂ ଏହାର ଗୁରୁତ୍ୱ ମଧ୍ୟ କିଛି ରହିବ ନାହିଁ । ଯଦି ଇଡି ଏସଆଇଟିକୁ ରିପୋର୍ଟ କରିସାରିଲାଣି । ଜଷ୍ଟିସ ପଶାୟତଙ୍କ କହିବା ଅନୁସାରେ, ୨୦ କୋଟି ଟଙ୍କାର କାରବାର ହୋଇଛି । ତେଣୁ ତୁରନ୍ତ ସେହି ଲୋକମାନଙ୍କ ବିରୋଧରେ ଅନୁସନ୍ଧାନ ହେବା କଥା ।

ସମ୍ବନ୍ଧିତ ଖବର