ସମ୍ବଲପୁର: ନନ୍ଦପଡ଼ାର ବ˚ ବରାଡ଼ ବାଲୁ˚କେଶ୍ବର ବାବାଙ୍କ ବିବାହ ପାଇଁ ନରସିଂହ ବା ନୃସି˚ହ ନିଉତା ବା ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ବିଧି ମୁତାବକ ସମ୍ପନ୍ନ ହୋଇଛି। ବାଲୁ˚କେଶ୍ବର ବାବା ଏବ˚ ଜଗତଜନନୀ ପାର୍ବତୀଙ୍କ ବିବାହରେ ସାମିଲ ହେବା ପାଇଁ ପ୍ରଭୁ ନୃସି˚ହ ତେତିଶ କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ମନ୍ଦିରରେ ଆଳତି ଓ ପୂଜାର୍ଚ୍ଚନା ପରେ ବୁଧବାର ରାତି ପ୍ରାୟ ୯ଟାରେ ରଥାରୁଢ଼ ନୃସି˚ହ ମହାପ୍ରଭୁ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ପାଇଁ ବାହାରିଥିଲେ। ନନ୍ଦପଡ଼ା ଛକରୁ ଏକ ଶୋଭାଯାତ୍ରାରେ ବାହାରି ନୃସି˚ହ ଭଗବାନ ନନ୍ଦପଡ଼ା, ହାଟପଡ଼ା, ମାରଵାଡ଼ିପଡ଼ା, ଦଲେଇପଡ଼ା, ମୁନ୍ସିପାଲ୍ଟି ଛକ, ଶକ୍ତିସଂଘ ଛକ, ବୈଦ୍ୟନାଥ ଛକ, କ˚ସାରିପଡ଼ା, ମହାନ୍ତିପଡ଼ା, ଦଧିବାମନ ଗଳି ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ।
ପ୍ରଭୁ ନୃସି˚ହ ପ୍ରଥମେ ବାଲୁ˚କେଶ୍ବର ମନ୍ଦିର ପରିସରରେ ଥିବା ପଞ୍ଚବକ୍ତ୍ର, ଦୁର୍ଗା, ଭୈରବଙ୍କୁ ନିମନ୍ତ୍ରଣ କରି ବାହାରିବା ପରେ ବ୍ରହ୍ମପୁରା, ବାରିହା, କ˚ସଲେଇ, ସତ୍ୟବାଦୀ, ମଦନମୋହନ, ଲିଆଖାଇ, ବାଟମଙ୍ଗଳା, ଗୁପ୍ତେଶ୍ବର, ରାମ, ହନୁମାନ, ରାଧାକୃଷ୍ଣ, ଭୁବନେଶ୍ବରୀ, ଦୁର୍ଗା, ଦଧିବାମନ ଆଦି ମନ୍ଦିରକୁ ଯାଇ ଦେବାଦେବୀ ମାନଙ୍କୁ ନିଉତା ଦେଇଥିଲେ। ପର˚ପରା ଅନୁସାରେ ନିଉତାରେ ଗୁଆ, ମିଠେଇ, ନଡ଼ିଆ, ହଳଦିଆ କପଡ଼ା ଆଦି ପ୍ରଦାନ କରିଥିଲେ। ବୁଧବାର ସକାଳେ ଭଗବାନ ନୃସି˚ହଙ୍କ ପ୍ରତିନିଧିଭାବେ ପଡ଼ାବାସୀ ଯାଇ ମାଁ ସମଲେଶ୍ବରୀ, ପାଟଣେଶ୍ବରୀ, ସୋମନାଥ, ଜଗନ୍ନାଥ ଓ ଦୁର୍ଗାପାଲିର ଦୁର୍ଗା ମନ୍ଦିରରେ ନିଉତା ଦେବେ।
ନୃସି˚ହ ନିଉତା ଶୋଭାଯାତ୍ରାରେ ଘଣ୍ଟ, ଶଂଖ, ଦୁଲଦୁଲି ବାଜା, ଧମାଲ ବାଜା ସାମିଲ ହୋଇଥିଲେ। ରଥାରୁଢ଼ ନୃସି˚ହଙ୍କ ପଛରେ ଶୋଭା ପାଉଥିବା କାରୁକାର୍ଯ୍ୟପୂର୍ଣ ବିଶାଳ ପରଭା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ଅରୁଣକାନ୍ତି ମିଶ୍ର, ଚକ୍ରଧର ମିଶ୍ର, ଆଶୁତୋଷ ମିଶ୍ର, ଅବିନାଶ ମିଶ୍ର, ଅଶୋକ ପାଣି, ସନତ ନନ୍ଦ ପ୍ରମୁଖ ପ୍ରଭୁ ନୃସିଂହଙ୍କ ବେଶ କରିଥିଲେ। ଶୋଭାଯାତ୍ରାରେ ବରପିତା ରାମ ଚରଣ ମିଶ୍ର, ପଣ୍ତିତ ଶଶା˚କ ମିଶ୍ର, ଯାତ୍ରା କମିଟି ସଭାପତି ପ୍ରଶାନ୍ତ ବରେଇ, ଅମୂଲ୍ୟ ମିଶ୍ର, ପ୍ରଫୁଲ୍ଲ ହୋତା, ବେଣୁଧର ଦାଶ, ଫଣିଭୂଷଣ ମିଶ୍ର, ସମୀର ବାବୁ, ସୁଶ୍ରିତ ମିଶ୍ର, ରିଂକୁ ମିଶ୍ର, ବିକାଶ ମିଶ୍ର, ବାଳଗୋପାଳ ନନ୍ଦ, ରାଜୀବ ମାଝି, ମାନସ ରଥ, ସଂଜୀବ ବାଗ, ବିଷ୍ଣୁ ପ୍ରସାଦ ପାଢ଼ୀ, ପ୍ରଭୁଦତ୍ତ ପଣ୍ଡା, ଭୁବନ ମୋହନ ମିଶ୍ର, ନିଗମାନନ୍ଦ ମିଶ୍ର, ସିଦ୍ଧେଶ୍ୱର ନନ୍ଦ, ଆଶିଷ ବାବୁ, ଅଶୋକ ମିଶ୍ର, ଗୋଲକବିହାରୀ ମିଶ୍ର, କାମପାଳ ହୋତା, ଶଶାଙ୍କ ଶେଖର ନନ୍ଦ, ଅତ୍ୟୁଚ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ପଡ଼ାବାସୀ ସାମିଲ ହୋଇଥିଲେ।
ମୁଗଜବାର ଓ ମଙ୍ଗଳ ହାଣ୍ଡି ବସିଲା
ବୁଧବାର ସକାଳେ ଉତ୍କଳୀୟ ବ୍ରାହ୍ମଣ ବିବାହ ପର˚ପରା ଅନୁଯାୟୀ ନନ୍ଦପଡ଼ାର ମହିଳାମାନେ ହୁଳହୁଳି ଦେଇ, ଶ˚ଖ ବଜାଇ ଦେବୀ ପାର୍ବତୀଙ୍କୁ ଘଣ୍ଟ ଓ ଦୁଲଦୁଲି ବାଜାର ତାଳେତାଳେ ତାଙ୍କ ମାତାପିତାଙ୍କ ଘରକୁ ନେଇଥିଲେ। ସେଠାରେ ମୁଗଜବାର ବନ୍ଦାଣ ଓ ମାଙ୍ଗଳିକ ଶ୍ରାଦ୍ଧ ରୀତି ସମ୍ପନ୍ନ ହୋଇଥିଲା। ବିବାହ ପାଇଁ କନ୍ୟା ଘରେ ମଙ୍ଗଳ ହାଣ୍ତି ସ୍ଥାପିତ ହୋଇଥିଲା। ଏହାପରେ ଆନୁଷ୍ଠାନିକ ଭାବେ କନ୍ୟା ପକ୍ଷରୁ ଦେବପିତୃ ନିମନ୍ତ୍ରଣ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଅବସରରେ କନ୍ୟାଳୟରେ ମହିଳାମାନେ ପରସ୍ପରକୁ ହଳଦୀ ମଖାଇ ଥିଲେ।