କେନ୍ଦ୍ରର ୩ଟି କୃଷି ଆଇନ ଅସାମ୍ବିଧାନିକ, ରାଜ୍ୟରେ ଲାଗୁ ନ କରିବାକୁ ସଂକଳ୍ପ ନୋଟିସ ଦେଲେ ନରସିଂହ

ଭୁବନେଶ୍ବର : କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ଟି କୃଷି ଆଇନ ସମ୍ବିଧାନ ସମ୍ମତ ନୁହେଁ। ଏହା ଚାଷୀ ବିରୋଧୀ। ସମ୍ବିଧାନ ଅନୁଯାୟୀ କୃଷି ହେଉଛି ରାଜ୍ୟ ବିଷୟ। ସଂଘୀୟ ବ୍ୟବସ୍ଥା ଅନୁଯାୟୀ କୌଣସି ପ୍ରକାରେ କେନ୍ଦ୍ର ସରକାର ଏହାକୁ ରାଜ୍ୟ ଉପରେ ଲଦି ପାରିବେ ନାହିଁ। ବିଧାନସଭାର ଏହି ବଜେଟ୍‌ ଅଧିବେଶନ ଚାଲୁଥିବା ସମୟରେ ଏହି ଆଇନଗୁଡ଼ିକୁ ରାଜ୍ୟରେ ଲାଗୁ ନ କରିବା ପାଇଁ ଗୋଟିଏ ସଂକଳ୍ପ ପାରିତ କରାଯାଉ। ଏ ନେଇ ଆଜି ସେ ବିଧିବଦ୍ଧ ଭାବେ ବିଧାନସଭାରେ ସଂକଳ୍ପ ପାରିତ କରିବାକୁ ଶ୍ରୀ ମିଶ୍ର ବିଧାନସଭା ସଚିବଙ୍କୁ ନୋଟିସ ଦେଇଛନ୍ତି। ସଂକଳ୍ପ ପାରିତ କରି ଏହି କଳା ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ସେ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର