ବଲାଙ୍ଗୀର : ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗୀର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୃତ ମମିତାଙ୍କ ଘରକୁ ଯାଇ ତାଙ୍କ ବାପା, ମା’ ଏବଂ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପରିବାରକୁ ଆଇନଗତ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ବିଧାୟକ ଶ୍ରୀ ମିଶ୍ର କହିଥିଲେ, କିଛି ସପ୍ତାହ ପୂର୍ବରୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆନ୍ଦୋଳନରତ ଚାଷୀଙ୍କୁ ଗାଡ଼ି ଚପାଇ ହତ୍ୟା କରିଛନ୍ତି। ସେଥିରେ କେନ୍ଦ୍ର ସରକାର ତଥା ତାଙ୍କର ତଦନ୍ତକାରୀ ଏଜେନ୍ସି ହାତବାନ୍ଧି ବସିଛି। ଏଣୁ କେନ୍ଦ୍ର ସରକାରଙ୍କ ଏଜେନ୍ସି ହେଉ କି ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ, ଯିଏ ବି ତଦନ୍ତ କରନ୍ତୁନା କାହିଁକି, ନିରପେକ୍ଷ ତଦନ୍ତ ହେବନାହିଁ। ତେଣୁ ଏହି ହତ୍ୟାକାଣ୍ଡର ଅନୁସନ୍ଧାନ ମାନ୍ୟବର ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ତଦାରଖରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଅନୁସନ୍ଧାନ କରିବା ଉଚିତ। ତଦନ୍ତକାରୀ ସଂସ୍ଥା କିଏ ହେବ ତାହା ମୃତକଙ୍କ ପରିବାର ବର୍ଗଙ୍କ ଇଚ୍ଛା ଓ ଭରସା ଉପରେ ପର୍ଯ୍ୟବସିତ ହେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏଥିସହିତ, ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପର ଅଡିଓ ଟେପ୍କୁ ପୁଲିସ୍ କାହିଁକି ଯାଞ୍ଚ କରୁନାହିଁ ବୋଲି ସେ ପ୍ରଶ୍ନ ଉଠାଇଥିଲେ।
/sambad/media/post_attachments/wp-content/uploads/2021/10/bj1.jpg)
ବଲାଙ୍ଗୀର: ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ବିଜେପିର ଏକ ଦଳ। ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ବରେ ଆସିଥିବା ପ୍ରତିନିଧି ଦଳରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କୃଷକ ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ଅଜୟ ଶର୍ମା, ଅର୍ଜୁନ ୟାଦବ, ନରସିଂହ ସିଂହ, ଅନିଲ ନାୟକ, ମୁକେଶ ଜୈନ ପ୍ରମୁଖ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ। ମମିତାଙ୍କ ପରିବାର ନ୍ୟାୟ ପାଇବା ପାଇଁ ବିଜେପି ଲଢ଼େଇ ଜାରି ରଖିବ ବୋଲି ପ୍ରତିକ୍ରିୟାରେ କହିଥିଲେ ମହିଳା ମୋର୍ଚ୍ଚା ସଭାପତି।
/sambad/media/post_attachments/wp-content/uploads/2021/05/Dharmendra_Pradhan_EPS.jpg)
ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ଧର୍ମେନ୍ଦ୍ର
ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି କହିଛନ୍ତି ଯେ ଏହି ସ୍କୁଲର ମାଲିକ ଏହି ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ପରିବାର ତରଫରୁ ତାଙ୍କ ବିରୁଦ୍ଧରେ ଯେଉଁ ସବୁ ସଙ୍ଗିନ ଅଭିଯୋଗ ଅଣାଯାଉଛି, ଏହା ଆହୁରି କଷ୍ଟଦାୟକ। ଏହି ବେସରକାରୀ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲୁଛି ଏବଂ ଓଡ଼ିଶାର ଶାସକ ଦଳର ମନ୍ତ୍ରୀ ଓ ନେତାମାନଙ୍କର ଏହି ଘଟଣାରେ ସଂପୃକ୍ତି ଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ସବୁ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ। ଓଡ଼ିଶା ଭଳି ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଅତ୍ୟାଚାର କ୍ରମାଗତ ଭାବେ ବୃଦ୍ଧି ପାଇବା ଉଦ୍ବେଗଜନକ। ଏହା ଏକ ସାଧାରଣ ଅପରାଧ ନୁହେଁ। ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ତୁରନ୍ତ ଆଇନ ଅନୁସାରେ ଘଟଣାରେ ସଂପୃକ୍ତ ଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ, ସିବିଆଇ ତଦନ୍ତ ହେଉ: ପ୍ରଦୀପ୍ତ
ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଟୁଇଟ୍ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ଶ୍ରୀ ନାଏକ ଟୁଇଟ୍ କରିଛନ୍ତି ଯେ, ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଘଟଣାରେ ଅନ୍ୟତମ ଦୋଷୀ ବୋଲି ପୀଡ଼ିତାର ପରିବାର ଲୋକ ଅଭିଯୋଗ କରିଛନ୍ତି। ବିଭାଗୀୟ ମନ୍ତ୍ରୀ କାଠଗଡ଼ାରେ ଥିବାବେଳେ ପୁଲିସ ଏହି ମାମଲାର ନିରପେକ୍ଷ ତଦନ୍ତ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/bj2.jpg)