ଭୁବନେଶ୍ୱର:୨ ଦିନ ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭାର ପ୍ରଶ୍ନକାଳ | ଆଉ ପ୍ରଶ୍ନକାଳ ସମୟରେ ଶିଳ୍ପ ବିଭାଗ ଉପରେ ଆଲୋଚନା ହୋଇଥିଲା | ତେବେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା | କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଲି ଭାଷାରେ ପ୍ରଶ୍ନ କରିଥିବାବେଳେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ କୋଶଲି ଭାଷାରେ ଉତ୍ତର ରଖିଥିଲେ |
ତେବେ ଏହି ସମୟରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଥିଲେ ଯେ ଏମଏସଏମଇରେ ବିକାଶ ପାଇଁ ସିଏମ ଶ୍ରୀ ଯୋଜନା ଆରମ୍ଭ ହୋଇଛି | ସେ କହିଛନ୍ତି ଯେ ବିଜୁ ଏକପ୍ରେସୱେ କଡରେ ଶିଳ୍ପ ପ୍ରତିଷ୍ଠା ପାଇଁ ୩୦% ସବସିଡି, ବିଦ୍ୟୁତ ଡ୍ୟୁଟି ଶତ ପ୍ରତିଶତ ଛାଡ଼ ସହ ଟାରିଫରେ ଦୁଇ ଟଙ୍କା ମାଗଣା ରଖି ଶିଳ୍ପାୟନକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି |