ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କରୋନା ସଂକ୍ରମିତ ହେଲେ

ବଲାଙ୍ଗୀର: କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଆଜି ପୁର୍ବାହ୍ନରେ ବଲାଙ୍ଗୀର ସ୍ଥିତ ବାସଭବନରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ସେଥିରେ ତାଙ୍କର ନମୁନା ପଜିଟିଭ ଥିବା ଜଣାପଡିଥିଲା । କରୋନା ପଜିଟିଭ ଥିବା ସତ୍ୱେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସାଧାରଣ ରହିଛି । କୌଣସି ଲକ୍ଷଣ ନଥିଲେ ବି ସେ ପରୀକ୍ଷା କରାଇଥିଲେ । ସ୍ୱାସ୍ଥ୍ୟବସ୍ଥା ତାଙ୍କର ଠିକଠାକ ରହିଥିବା ଜଣାଯାଇଛି ।

ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ଏହି କିଛି ଦିନ ମଧ୍ୟରେ ଯୋଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟାକରି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ । ତା ସହ ସମସ୍ତେ ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରନ୍ତୁ ବୋଲି ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ମିଶ୍ର କରୋନା ଟିକାର ଉଭୟ ଡୋଜ ନେଇ ସାରିଥିଲେ । ତଥାପି ତାଙ୍କର ସ୍ବାବ ନମୁନା ପଜିଟିଭ ଚିହ୍ନଟ ହୋଇଛି ।

ସମ୍ବନ୍ଧିତ ଖବର