ସୁସ୍ଥ ହୋଇ ଘରକୁ ଫେରିଲେ ନରସିଂହ

ବଲାଙ୍ଗୀର : ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସପ୍ତାହେ ପୂର୍ବରୁ ନିଜ ନିର୍ବାଚନମଣ୍ଡଳୀରେ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ସେ ଭୁବନେଶ୍ୱର ଯାଇ ଏକ ଘରୋଇ ଡାକ୍ତରଖାନାରେ ଚିକତ୍ସିତ ହେଉଥିଲେ। ଏକ ସପ୍ତାହ ଚିକତ୍ସିତ ହେବା ପରେ ସୁସ୍ଥ ହୋଇ ସେ ଭୁବନେଶ୍ୱରସ୍ଥିତ ବାସଭବନକୁ ଫେରିଛନ୍ତି। କୋଭିଡ ଗାଇଡ୍‌ଲାଇନ୍‌ ତଥା ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଭୁବନେଶ୍ୱରସ୍ଥିତ ନିଜ ସରକାରୀ ବାସଭବନରେ ସଙ୍ଗରୋଧରେ ରହିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର