ଗୃହରେ ପୁଣି ରାହୁଲ ଝଡ଼; ବିବୃତି ରଖିଲେ ନରସିଂହ ମିଶ୍ର, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧିଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ଘଟଣାକୁ ନେଇ ବିଧାନସଭାରେ ଆଜି ଅପରାହ୍ନରେ ପୁଣି ଝଡ ସୃଷ୍ଟି ହୋଇଛି। ଅପରାହ୍ନ ଅଧିବେଶନ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ହଟଗୋଳ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିବୃତି ରଖିଛନ୍ତି। ସେପଟେ ଗୃହର ସୁପରିଚାଳନା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଗୃହକୁ ୧୫ ମିନିଟ ଲାଗି ମୁଲତବି କରିଥିଲେ ବାଚସ୍ପତି।

କର୍ଣ୍ଣାଟକରେ ରାହୁଲ ଗାନ୍ଧୀ କହିଥିଲେ। ଗୁଜୁରାଟ କୋର୍ଟର ପରିସୀମା ନାହିଁ। ସେ ସେମିତି କିଛି କହି ନାହାନ୍ତି। କର୍ଣ୍ଣାଟକରେ କେହି ମାମଲା ରୁଜୁ କରି ନଥିଲେ। ଯେକୌଣସି ଲୋକ ଆଇନ ଜାଣିଛି, ସେ ଭାବି ପାରିବେ ନାହିଁ ଯେ ଫେବ୍ରୁଆରିରେ କେଶ ହେଲା, ମାର୍ଚ୍ଚରେ ସରିଗଲା ଓ ସଭ୍ୟ ପଦ ଚାଲିଗଲା। କଟକ ବିଧାୟକଙ୍କ କ୍ଷେତ୍ରରେ ତ ପଦ ଗଲାନି। ମୋର ବିଶ୍ୱାସ ଦେଶର ଆଇନ ଉପରେ। ସେ ପୁଣି ପଦ ପାଇବେ ରାହୁଲ। ତାଙ୍କ ଭାରତ ଯୋଡ ଯାତ୍ରାରେ ପ୍ରଧାନମନ୍ତ୍ରୀ ଓ ବିଜେପି ଆତଙ୍କିତ ହୋଇଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିବୃତି ପରେ ବି କଂଗ୍ରେସ ସଦସ୍ୟଙ୍କ ହଟଗୋଳ ଜାରି ରହିଥିଲା। ହଟଗୋଳ ଭିତରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ ୨୦୨୩କୁ ଗୃହରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଆଗତ କରିଛନ୍ତି।

ସମ୍ବନ୍ଧିତ ଖବର