କେନ୍ଦ୍ର, ରାଜ୍ୟ ବିରୋଧରେ ବର୍ଷିଲେ ନରସିଂହ : ଏଥର ସ୍ଥିତି ବଦଳିବ

କାଳିଆ ଯୋଜନାକୁ କଡ଼ା ସମାଲୋଚନା, ପିଠାକୁ ବି, ୧୯ ବର୍ଷ ଶାସନ କଲେ; ପାଣି, ଶିକ୍ଷା, ସ୍ବାସ୍ଥ୍ୟ ଫେଲ୍, ଡାହା ମିଛ ସରକାର ଚାଲିଛି, ଲୋକେ ପରିବର୍ତନ ଚାହିଁଲେଣି

ଭୁବନେଶ୍ବର : ରାଜନୈତିକ ପାଣିପାଗ ବଦଳିଲାଣି। ଲୋକଙ୍କ ମାନସିକତା ବି। ଛତିଶଗଡରୁ ଏ ସଙ୍କେତ ମିଳିଛି। ବିଜେପି ନେତାମାନେ ରମଣ ସିଂହଙ୍କୁ ଭଲ ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ। ବିକାଶ କଥା କହିଲେ, ଛତିଶଗଡ଼କୁ ଯିବା ଲାଗି ପ୍ରବର୍ତାଉଥିଲେ। ଲୋକେ ତାଙ୍କୁ ବଦଳାଇଦେଲେ। ଏହା ସୂଚାଇ ଦେଉଛି, ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଚାର ଆଉ କାମ ଦେବନି। ଜାତୀୟସ୍ତରରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳୁଛି, ଓଡ଼ିଶାରେ ବି ପରିବର୍ତନ ହେବ।

୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଗତ ଲେଖାନୁଦାନ ବ୍ୟୟମଞ୍ଜୁରି ବିଲ୍ ଆଲୋଚନା ଆରମ୍ଭ କରି ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏଭଳି ଢଙ୍ଗରେ ବିଜେଡି ଓ ବିଜେପିକୁ ଚେତାବନୀ ଦେଇଛନ୍ତି। ଏକାଧିକ ଉଦାହରଣ ଦେଇ କହିଛନ୍ତି, କେନ୍ଦ୍ର ସରକାର ଗଣତନ୍ତ୍ର ବିପଦ ସାଜିଲେଣି। ସଂଘୀୟ ବ୍ୟବସ୍ଥାର ଖୋଲା ଉଲ୍ଲଂଘନ ହେଉଛି। ସେହିଭଳି ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା କାଳିଆ ଉପରେ ନିର୍ଘାତ ପ୍ରହାର କରିଛନ୍ତି। ଲୋକଙ୍କୁ କିଭଳି ଢଙ୍ଗରେ ଭୁଆଁ ବୁଲାଯାଉଛି ତାର ଉଦାହରଣ ଦେଖି ନବୀନ ସରକାର ଚାଷୀଙ୍କ ମିତ୍ର ନା ବିେରାଧୀ ଏ ନେଇ ସ୍ପଷ୍ଟ କରିବା ଲାଗି େଖାଲା ଚ୍ୟାଲେଞ୍ଜ ଦେଇଛନ୍ତି। କେବଳ ସେତିକି ନୁହେଁ, ୧୯ ବର୍ଷ ସରକାରରେ ରହିବା ପରେ ସବୁ ଗାଁ ଲୋକଙ୍କୁ ପିଇବା ପାଣି ନ ମିଳିବା, ଦୁର୍ବଳ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂପର୍କରେ ବି କଡ଼ା ସମାେଲାଚନା କରିଛନ୍ତି ବିେରାଧୀ।

ଆେଲାଚନା ଆରମ୍ଭ କରି ପ୍ରଥମ କେଇମିନିଟ୍ କେନ୍ଦ୍ର ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିଥିଲେ ବିେରାଧୀ ଦଳ ନେତା କହିଥିଲେ, ସାରା ଦେଶରେ ଏବେ ଗଣତନ୍ତ୍ର ବିପଦରେ ରହିଛି। ସମ୍ବିଧାନ, ସାମ୍ବିଧାନିକ ସଂସ୍ଥାରେ ଯଥେଚ୍ଛା ହସ୍ତକ୍ଷେପ ହେଉଛି। େଲାକଙ୍କ ସ୍ବାଧୀନତା ବି ବିପଦରେ।

ବର୍ତମାନ ଯିଏ ମୁଖ୍ୟ ବିଚାରପତିଙ୍କ ସମେତ ଚାରିଜଣ ପ୍ରମୁଖ ବିଚାରପତି େଗାଟିଏ ସମୟରେ ଏ େନଇ ଅଙ୍ଗୁଳି ଉଠାଇଥିଲେ। େଦଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ପାଇଁ ଆମେ ଗର୍ବ କରୁଥିଲୁ। ହେଲେ ଏହି ସଂସ୍ଥାର ଦୁଇ ପ୍ରମୁଖ ଅଧିକାରୀଙ୍କ ରାସ୍ତାର ବୁଲା କୁକୁରଙ୍କ ଭଳି କଳି କଲେ। େଗାଟିଏ େଗାଷ୍ଠୀ ଜଣକୁ ଓ ଆଉ େଗାଟିଏ ଅନ୍ୟ ଜଣକୁ ସମର୍ଥନ ଦେଲେ। ସରକାର କାମଚଳା ଅଧିକାରୀଙ୍କୁ ନିଯୁକ୍ତି ଦେଲେ। ମାମଲା ସୁପ୍ରିମକୋର୍ଟ ଗଲା। େକାର୍ଟ କହିଥିେଲ କାମଚଳା ମୁଖିଆ କୌଣସି ନୀତି ନିର୍ଧାରକ ନିଷ୍ପତ୍ତି େନଇପାରିବେ ନାହିଁ। ଗତକାଲି ସୁପ୍ରିମକୋର୍ଟ ଅସନ୍ତୋଷ ଝାଡିଛନ୍ତି। େଚତାବନୀ େଦଇଛନ୍ତି, େକବଳ ଭଗବାନ ତୁମକୁ ରକ୍ଷା କରିପାରିବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କଥା ନ କହିବା ଭଲ। ଏହାର ଗଭର୍ଣ୍ଣର େଜନେରାଲଙ୍କୁ ଇସ୍ତଫା େଦବାକୁ ପଡିଲା। ନିର୍ବାଚନ କମିସନଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ହସ୍ତକ୍ଷେପ ଅଭିେଯାଗ ବି ଆସିଲାଣି।

ସଂସଦରେ ମଧ୍ୟବର୍ତୀକାଳୀନ ବଜେଟରେ େଲାକପ୍ରତିନିଧିଙ୍କ ଆଚରଣକୁ େନଇ େକ୍ଷାଭ ପ୍ରକଟ କରି ବିେରାଧୀ ଦଳ ନେତା କହିଥିେଲ, େଦଶର ପିତା ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରକୁ ଗୁଳି ମରାଯିବ? ତାଙ୍କ ହତ୍ୟାକାରୀକୁ ପୂଜା କରାଯିବ? ସ୍ବାଧୀନତା ସଂଗ୍ରାମୀଙ୍କ ଭାବମୂର୍ତିକୁ ମଳିନ କରିବା ପାଇଁ ଉଦ୍ୟମ େହବ? ଆମେ େକମିତି କାମ କରିବା? ପୁଲିସ କମିସନରଙ୍କୁ ଗିରଫ କରିବା ପାଇଁ ସିବିଆଇ ମାତିବ? ସୁପ୍ରିମକୋର୍ଟଙ୍କୁ ଏ ମାମଲାରେ ହସ୍ତକ୍ଷେପ କରିବାକୁ ପଡିଲା। କେଉଁଠାରେ ଭାରତର ସଂଘୀୟ ବ୍ୟବସ୍ଥା। ଏସବୁ ଦୁର୍ଭାଗ୍ୟଜନକ, ନିନ୍ଦନୀୟ।

ବିେରାଧୀ ଦଳ େନତା କହିଥିଲେ, ଶସ୍ତା ରାଜନୈତିକ େଲାକପ୍ରିୟତା ପାଇଁ େକନ୍ଦ୍ର ସରକାର େଦଶବାସୀଙ୍କୁ େବାକା ବନାଉଛନ୍ତି। ସମସ୍ତଙ୍କ ଆକାଉଣ୍ଟରେ ୧୫ଲକ୍ଷ ଜମା େହବ େବାଲି କହିଥିଲେ। କୁଆଡେ ଗଲା? ୨ େକାଟି ଚାକିରି? ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଏସବୁ ଜୁମଲା ଥିଲା। େଲାକଙ୍କୁ େବାକା ବନାଯିବ? ବିଧାନସଭାରେ ସର୍ବସମ୍ମତ ଭାବେ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା କରାଯିବାକୁ ସ୍ଥିର େହଲା। ପ୍ରଧାନମନ୍ତ୍ରୀଙ୍କୁ େଭଟିବା ଲାଗି ବିଧାନସଭା କମିଟି ଏକାଧିକ ଥର ସମୟ ମାଗିଲା। ପ୍ରଧାନମନ୍ତ୍ରୀ ସମୟ ଦେବେନି? ଓଡ଼ିଶାର ଜନମତକୁ ଏଭଳି ଢଙ୍ଗରେ ଏଡାଇ ଦିଆଯିବ? େଲାକେ ଏଣିକି ଦଣ୍ଡ ଦେବେ। ପରିବର୍ତନର ହାଵା ବହିଲାଣି। ମିଛ ପ୍ରତିଶ୍ରୁତି ନ ଦେବାକୁ ଜଣେ େକନ୍ଦ୍ରମନ୍ତ୍ରୀ ଗଡକରୀ େଚତାଇ େଦଇଥିବା ସଂପର୍କରେ ଠାରିଥିଲେ ବିେରାଧୀ ଦଳ େନତା।

୧୯ ବର୍ଷ ଧରି ଡାହା ମିଛର ସରକାର ଚାଲିଛି େବାଲି ଅଭିେଯାଗ ଆଣି ବିେରାଧୀ ଦଳ େନତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କାଳିଆ େଯାଜନାକୁ ନିସ୍ତାର ମିଳିନଥିଲା। କହିଥିଲେ, ଓଡ଼ିଶାରେ ଭାଗଚାଷ ବ୍ୟବସ୍ଥା ଉଚ୍ଛେଦ େହାଇଛି। ଯିଏ ଭାଗଚାଷ େଦଇଥିବ, େସ ଜମି ସରକାରଙ୍କ ନିକଟକୁ ଚାଲିଆସିବ। ସରକାର ଏମାନଙ୍କୁ ଚିହ୍ନଟ କଲେ କେମିତି? ଭାଗଚାଷୀ ଆସିଲେ କୁଆଡୁ? ନିଜ ଆଇନକୁ ନିଜେ ଉଲ୍ଲଂଘନ କରିବେ? ଆଜି ବି ପରିବାରର ଜଣଙ୍କ ନାମରେ ଜମି ରହିଛି। ନାମମାତ୍ର ଚାଷୀଙ୍କୁ କେମିତି େଖାଜିଲେ? େସ ତାଲିିକା କୁଆଡୁ ଆସିଲା।

େସହିପରି ରାଜ୍ୟ ସରକାର ଧାନର ଉତ୍ପାଦନ ମୂଲ୍ୟ କ୍ବିଣ୍ଟାଲ ପିଛା ୨୩୪୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୧୭୫୦ ଟଙ୍କା। ଅର୍ଥାତ୍ ଚାଷୀ ପାଖାପାଖି କ୍ବିଣ୍ଟାଲ ପ୍ରତି ୬୦୦ ଟଙ୍କା କ୍ଷତି ସହୁଛି। େଗାଟିଏ ଏକର ଜମିରେ ଯଦି ୨୦ କ୍ବିଣ୍ଟାଲ ଧାନ ହୁଏ, ତେବେ ଚାଷୀ ୧୨ ହଜାର ଟଙ୍କା କ୍ଷତି ସହିଲା। ୫ ହଜାର ଟଙ୍କା ପାଇେଲ, ତାର ହେଇଗଲା। ଯଦି ପ୍ରତିବର୍ଷ ଚାଷୀ କ୍ଷତି ସହୁଛି, ତେବେ ତାର େରାଜଗାର ଦ୍ବିଗୁଣ େହଲା କେମିତି? ଯଦି ସରକାର ସତରେ ଚାଷୀର ମିତ୍ର, ତେବେ ଛତିଶଗଡ ଭଳି ୨୫୦୦ ଟଙ୍କା ବା ୨୬୦୦ ଟଙ୍କା ଦିଅନ୍ତୁ।

ବିରୋଧୀ ଦଳ େନତା ଅଭିେଯାଗ କରିଥିେଲ େଯ କେବଳ ମିଥ୍ୟା ତଥ୍ୟ େଦଇ ସରକାର ସଫଳତାର ପ୍ରଚାର କରୁଛନ୍ତି। ୨୦୦୬ ମସିହାରେ ୩୫ ପ୍ରତିଶତ ଜଳସେଚନ କଥା କହିଥିଲେ। ହେଇପାରିଲାନି। ଏବେ ଦେଖାଯାଉଛି, େଯତିକି ଜମି ନାହିଁ, ତା ଠାରୁ ଅଧିକ ଜମିରେ ଜଳସେଚିତ େହାଇଛି। ବାରମ୍ବାର କହିଲେ ବି ସରକାର କର୍ଣ୍ଣପାତ କରୁନାହାନ୍ତି।ଗୃହରେ ସଦସ୍ୟ େହବା ଲଜ୍ଜାବୋଧ କରିବାକୁ ପଡୁଛି। ୧୯ ବର୍ଷ ଧରି ଶାସନ କଲେ, ବିଦ୍ୟାଳୟରେ ପିଲାମାେନ ୧୦କୁ ୨ରେ ଗୁଣିଲେ ୨୨ କହୁଛନ୍ତି। ଶିକ୍ଷକ ନାହାନ୍ତି। େଯତିକି ଅଛନ୍ତି, ଭୁବନେଶ୍ବରରେ ବସୁଛନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। କ୍ୟାପିଟାଲ ହସ୍ପିଟାଲରେ ବି େରାଗୀ ତଳେ େଶାଉଛି। ପିଇବାକୁ ପାଣି ମୁନ୍ଦେ େଦଇପାରିଲେନି। ଶୌଚ େହବାକୁ ବି ପାଣି ମିଳୁନି।

ଏହି ଅବସରରେ ଶ୍ରୀ ମିଶ୍ର, ପିଠା େଯାଜନା ଓ ବିଜୁ ଯୁବ ବାହିନୀକୁ ବି ତୀବ୍ର ସମାେଲାଚନା କରିଥିଲେ। କହିଥିଲେ, କାଳିଆ ବିଫଳ େଯାଜନା। େଭାଟ କିଣିବା ପାଇଁ ପରୋକ୍ଷରେ ସରକାର ୫ ହଜାର ଟଙ୍କା ଲେଖାଏଁ େଦଉଛନ୍ତି। ପିଠା କାର୍ଯ୍ୟକ୍ରମ ଅଦ୍ଭୁତ ଓ ଅବାସ୍ତବ। ବିଜୁ ଯୁବ ବାହିନୀ ଗାଁ ଗଣ୍ଡାରେ ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି। ସରକାର ସତର୍କ େହାଇଯାନ୍ତୁ। ଜାଣିରଖିବା ଉଚିତ େଯ େଲାକମାନଙ୍କୁ ସବୁ ଦିନେ େବାକା ବନାଇ ରଖିହେବ ନାହିଁ। ରାଜନୀତିର ପବନ ବଦଳିଲାଣି, େଲାକଙ୍କ ମାନସିକତା ବି। ନିର୍ବାଚନ ଜିତିବା ସହଜ େହବନି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ, ବିଜେପି ଯୁବ ମୋର୍ଚା ନିଯୁକ୍ତି ଏବଂ ମହିଳାମାନେ ନିଶା ବର୍ଜନ ଦାବିରେ ଜୋରଦାର ଆନ୍ଦୋଳନ କଲେ। ସରକାର ପୁଲିସ୍‌ ଲଗାଇ ସେମାନଙ୍କ ବିରୁଦ୍ଧରେ ଦମନଲୀଳା ଚଳାଇଲେ। ୧୯ ବର୍ଷର ଶାସନରେ ବିଜେଡି ସରକାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଲେନି। ୨୦୧୪ରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ମେଳା ପାଇଁ ବେକାର ଯୁବକ ଯୁବତୀମାନଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଆଦାୟ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳିଲାନି କି ଟଙ୍କା ବି ଫେରାଇଲେନି। ରାଜସ୍ବ ଆଦାୟ ପାଇଁ ସରକାର ରାଜ୍ୟରେ ନିଶା ଔଷଧ କୋରେସ୍‌, ମଦ ଭଳି ନିଶାଦ୍ରବ୍ୟ କାରବାର ବ୍ୟାପକ କରୁଛନ୍ତି। ଫଳରେ ବେକାର ଯୁବକ ପଥଭ୍ରଷ୍ଟ ହେଉଛନ୍ତି। େସହିପରି ମିଲ୍‌ ମାଲିକଙ୍କର ପଇସା ସଚିବାଳୟରେ ପହଞ୍ଚୁଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରି ସରକାର କେବଳ ବାହାଦୁରି ମାରୁଛନ୍ତିି। ଗତ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ଆସିଛି। ଏ ସରକାରଙ୍କୁ ତା’ର ହିସାବ ଦେବାକୁ ପଡ଼ିବ। ୨୦୧୯ରେ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଶ୍ରୀ ପୁରୋହିତ କହିଥିଲେ।

କଂଗ୍ରେସ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ,ଗାଁଗଣ୍ଡାରେ ମଦ ବିକ୍ରି ଏତେ ମାତ୍ରାରେ ବଢ଼ିଛି ଯେ ଅନେକ ପିଲା ମଦ ପିଇ ମରୁଛନ୍ତି। ସେ ମଦ୍ୟପାନ ବିରୁଦ୍ଧରେ କହୁଥିବାରୁ ସଂପୂର୍ଣ୍ଣ ମଦ ନିଷେଧ ହେଲେ ସମର୍ଥନ କରିବେ କି ବୋଲି ତାଙ୍କୁ ଗୃହରେ ପ୍ରଶ୍ନ କରାଯାଇଥିଲା। ମଦ ବିକ୍ରି ସଂପୂଣ୍ଣ ନିଷିଦ୍ଧ ହେଲେ ସେ ରାଜନୀତି ଛାଡ଼ିଦେବେ ବୋଲି ସେ କହିଥିଲେ।
ଯଦି ସରକାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନେଇ ନିଷ୍ପତ୍ତି ନ ନିଅନ୍ତି ସେ ନିଜେ ସେହି ଆନ୍ଦୋଳନରେ ଯୋଗଦେବେ ବୋଲି ଚେତାଇ ଦେଇଥିଲେ। ଠିକାରେ ପୁଲିସ ନିଯୁକ୍ତି ବ୍ୟବସ୍ଥାକୁ ଶ୍ରୀ ବାହିନୀପତି ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର