ପୁଣି ଅସନ୍ତୋଷ ଝାଡ଼ିଲେ ନରସିଂହ, ଗୃହରେ ଆଲୋଚନା କଲେ ଉତ୍ତର ମିଳୁନି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େଯଉଁଦିନ କହିଲେ, ମାଓବାଦୀ ସ୍ଥିତି ନିୟନ୍ତ୍ରଣାଧୀନ, ସେହିଦିନ ଠାରୁ ସେମାନେ ଜଣ ପରେ ଜଣେ ବ୍ୟକ୍ତିଙ୍କୁ ମାରୁଛନ୍ତି। ୨୪ ଘଣ୍ଟା ଭିତରେ କଟକରେ ତିନି ତିନି ଜଣଙ୍କୁ ହତ୍ୟା କରାଯାଇଛି।

ବିଧାନସଭାରେ ଏହାର ଉତ୍ତର କିଏ ଦେବ େବାଲି ପ୍ରଶ୍ନ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାେଲାଚନା କରିଥିଲେ। ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ, ଗୃହରେ ଆେଲାଚନା ନିରର୍ଥକ। କୌଣସି ଆେଲାଚନା କଲେ ଉତ୍ତର ମିଳୁନାହିଁ। ଗତକାଲି ଆଇନଶୃଙ୍ଖଳା ପ୍ରସଙ୍ଗରେ ଆେଲାଚନା େହଲା। ସରକାର ୫ମାସର ପରିସଂଖ୍ୟାନ ଦେଇ ସମୁଦାୟ ଘଟଣାକୁ ଫାଙ୍କିଦେଲେ। ଅଥଚ ସେ ବର୍ଷଵାରି ଖବର ଦେଲେ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି େଯଉଁ ଉଦବେଗ ପ୍ରକାଶ କରିଛନ୍ତି ସେ କଥା ବି କହିଲେ। ଏଥିରେ ଉତ୍ତର ମିଳିବନି। ମୁଖ୍ୟ ବିଚାରପତି କେଉଁଠାରୁ ତଥ୍ୟ େନଇ କହିଲେ। ଶ୍ରୀ ମିଶ୍ର କହିଥିଲେ େଯ କଟକରେ ୨୪ ଘଣ୍ଟାରେ ୩ ଜଣଙ୍କୁ ହତ୍ୟା କରାଗଲାଣି। ଏଥିରେ ମୁଖ୍ୟମନ୍ତ୍ରୀ କହୁଥିଲେ, ଆଇନଶୃଙ୍ଖଳା ଠିକ୍ ଅଛି। ସେହିଭଳି ବଲାଙ୍ଗୀରର ଜଣେ ଝିଅ ବାନ୍ତି କଲେ କୋଇଲା ଭଳି ପଦାର୍ଥ ବାହାରୁଛି। ଏମିତି କେମିତି ହେବ? କୋଇଲା ଖଣି ଦବି େଲାକେ ତା ଭିତରେ ଚାପି ହୋଇଯାଇଛନ୍ତି। ଏ ଘଟଣାରେ ଦଫା ୩୦୪ରେ ମକଦ୍ଦମା ହେବା କଥା। କାହାକୁ ଟଙ୍କା ଦେଲେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ େହବନି। ପୁଲିସ ପ୍ରଶାସନ ବିଭିନ୍ନ େକ୍ଷତ୍ରରେ ନିୟନ୍ତ୍ରଣ ହରାଉଥିବା ନେଇ ଶ୍ରୀ ମିଶ୍ର ସମାେଲାଚନା କରିଥିଲେ।

ସମ୍ବନ୍ଧିତ ଖବର