କେନ୍ଦ୍ର, ରାଜ୍ୟ ଉଭୟ ଦାୟୀ : ଜଙ୍ଗଲ ବୁଲି ଦେଖିଲେ ନରସିଂହ

କାର୍ଯ୍ୟାନୁଷ୍ଠାନ ଦାବି, ବିଧାନସଭାେର ଉଠିବ, ଚର୍ଚ୍ଚାରେ ଜିଲ୍ଲା ବିଜେପି ନେତାଙ୍କ ଭୂମିକା

ଢେଙ୍କାନାଳ/ଭୁବନେଶ୍ବର : ରାଜ୍ୟ ଓ କେନ୍ଦ୍ର ସରକାର ଉଭୟେ ଓଡ଼ିଶାର ଜଙ୍ଗଲ ସଂପଦ ନଷ୍ଟ କରିବାକୁ ବସିଛନ୍ତି। ଗତ ଅକ୍ଟୋବରରେ ବନ ବିଭାଗ ଅଧିକାରୀଙ୍କ ଠାରୁ ଗଛ କାଟିବାକୁ ଅନୁମତି ମିଳିବା ପରେ ତରବରିଆ ଭାବେ ସେଗୁଡ଼ିକୁ କଟାଯାଇଛି। ଗଣତାନ୍ତ୍ରିକ ପଦ୍ଧତିକୁ ଉପେକ୍ଷା କରାଯାଇଛି। ସବୁଜ ବନାନୀ ନଷ୍ଟ ପାଇଁ ଯିଏ ଦୋଷୀ, ସେମାନଙ୍କୁ ଚିହ୍ନଟ କରି ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

ଢଙ୍କାନାଳ ଜିଲ୍ଲା ଝିଙ୍କରଗଡି ଜଙ୍ଗଲ ବୁଲି େଦଖିବା ପରେ ବିେରାଧୀ ଦଳ ନେତା ନରସିଂହ ମିଶ୍ର ଆଜି ଏଭଳି ଦାବି କରିଛନ୍ତି। େକବଳ ସେତିକି ନୁେହଁ, ସେ ଆହୁରି କହିଛନ୍ତି, େଗାଟିଏ ପଟେ ରାଜ୍ୟ ସରକାର ସବୁ େବଆଇନ କାମ କରି ଏବେ ପ୍ରକଳ୍ପ ବନ୍ଦ କରିବା ଲାଗି ନିେର୍ଦଶ େଦଇ େଦାଷ େଘାଡାଇବାକୁ ବସିଛନ୍ତି। ଅନ୍ୟପକ୍ଷରେ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଚେରି ଲାଗି ଠିକାଦାର ନିଯୁକ୍ତି ଦିଆଯାଇଥିବା ସ୍ଥାନୀୟ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଅଭିେଯାଗ େହାଇଛି, ସ˚ପୃକ୍ତ ଠିକାଦାର କେନ୍ଦ୍ର ସରକାର ତଥା ବିଜେପିର ଜଣେ ବରିଷ୍ଠ ନେତା ଏବଂ ପୂର୍ବରୁ ସେ ଢେଙ୍କାନାଳର ନଗରପାଳ ଥିଲେ। ଆଉ ଏବେ ଏହି ଘଟଣାକୁ ନେଇ ‘ଚୋର ମଚାଏ ସୋର’ ନ୍ୟାୟରେ ବିଜେପି ହୋହାଲ୍ଲା କରୁଛି।

ବିେରାଧୀ ଦଳର େନତାଙ୍କର ଏଭଳି ସୂଚନା ପରେ ଜିଲ୍ଲା ରାଜନୀତିରେ ହଇଚଇ ସୃଷ୍ଟି େହାଇଛି। କିଏ େସ ନଗରପାଳ ତାକୁ େନଇ କଳ୍ପନାଜଳ୍ପନା ଆରମ୍ଭ େହାଇଗଲାଣି। େଗାଟିଏ େଗାଷ୍ଠୀ ଚର୍ଚ୍ଚା କରୁଛନ୍ତି େଯ ପୂର୍ବତନ ନଗରପାଳ ସୁନୀଲ ଶର୍ମାଙ୍କର ଏହି ପ୍ରକଳ୍ପ ସହିତ ସଂପର୍କ ଅଛି। ତେବେ ଶର୍ମା ‘ସମ୍ବାଦ’କୁ ପ୍ରତିକ୍ରିୟା େଦଇ ଏହାକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ତାଙ୍କର ଏହି ପ୍ରକଳ୍ପ ସହିତ କିଛି ବି ସଂପର୍କ ନାହିଁ କିମ୍ବା େସ ଠିକାଦାର ନୁହନ୍ତି। ବିେଜଡି ତାଙ୍କ ନା ଷଡ଼ଯନ୍ତ୍ର କରି ଚର୍ଚ୍ଚାକୁ ଆଣିଛି। ଅନ୍ୟ େଗାଟିଏ େଗାଷ୍ଠୀ କିନ୍ତୁ ଚର୍ଚ୍ଚା କରୁଛନ୍ତି େଯ ବିେଜଡି ନୁେହଁ, ଏହା ବିେଜପିର ଅନ୍ତଃକନ୍ଦଳର ଫଳ। ଶ୍ରୀ ଶର୍ମା ବିଧାୟକ ପାଇଁ ଆଶାୟୀ ଅଛନ୍ତି। ଏଣୁ ତାଙ୍କୁ ବଦନାମ କରିବା ପାଇଁ ପ୍ରତିପକ୍ଷ େଗାଷ୍ଠୀ ଏହି ପ୍ରସଙ୍ଗକୁ େନଇ ଏମିତି ନାଟକ ଭିଆଇଛନ୍ତି। ଅସଲ କଥା େହଲା, ବିେଜପି ଅନ୍ତଃକନ୍ଦଳରୁ ଏହି ପ୍ରସଙ୍ଗଟି ପଦାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ବିେରାଧୀ ଦଳ େନତା ଶ୍ରୀ ମିଶ୍ର ଆଜି ମଧ୍ୟାହ୍ନରେ ଝିଙ୍କରଗଡ଼ି ଜଙ୍ଗଲର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ େଢଙ୍କାନାଳ ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଥିେଲ। କହିଥିେଲ, ଏହି ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ରହିଥିଲା। ଗ୍ରାମବାସୀମାନେ ସେଗୁଡ଼ିକୁ ବଢାଇବା ସହ ଏହା ଜରିଆରେ ନିଜର ଜୀବନଜୀବିକା ନିର୍ବାହ କରି ପେଟ ପୋଷୁଥିଲେ। ସେମାନେ ୨୦୧୬ ମସିହାରୁ ଏଠାରେ ବିୟର ଫାକ୍ଟ୍ରି କରାଇ ନଦେବା ପାଇଁ ଦାବି କରିଆସୁଥିଲେ ମଧ୍ୟ ନୋ ଅବ୍‌ଜେକ୍ସନ ପ୍ରମାଣପତ୍ର ଦିଆଯାଇଛି। ୧୯୮୦ ମସିହା ଜଙ୍ଗଲ ସ˚ରକ୍ଷଣ ଆଇନ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାମ ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ଶିଳ୍ପ ପାଇଁ ଇଡ୍‌କୋକୁ ଜମି ପ୍ରଦାନ କରାଯାଇଥିବା ବେଳେ ଏଥିନେଇ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନିଆଯାଇନଥିବା ଖୋଦ୍ ଜିଲ୍ଲା ପ୍ରଶାସନ ସ୍ବୀକାର କରିଛି। ଗଛକୁ କାଟିବାର ଅଧିକାର କାହାର ନଥିବା ବେଳେ ବଳରାମପୁର ଜଙ୍ଗଲରେ ହଜାର ହଜାର ସ˚ଖ୍ୟାରେ ବିଭିନ୍ନ କିସମ ଗଛକୁ କାଟି ସଫା କରିବା ଏକ ଦଣ୍ତନୀୟ ଅପରାଧ। ଜିଲ୍ଲା ବନଖଣ୍ତ ଅଧିକାରୀ ଗତ ଅକ୍ଟୋବରରେ ଗଛ କାଟିବାକୁ ଅନୁମତି ଦେଇଥିବା ବେଳେ ନିର୍ଦ୍ଦେଶ ପାଇବାର ତତ୍‌କ୍ଷଣାତ୍‌ ବନ ନିଗମ ଗଛଗୁଡିକୁ କାଟି ଦେଇଥିବା ଜାଣିବାକୁ ମିଳିଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନେତାମାନେ ଓଡିଶା ଜଙ୍ଗଲ ଜମି ନଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ। ସ˚ପୃକ୍ତ ଜମିରେ ଏତେ ସ˚ଖ୍ୟାରେ ମୂଲ୍ୟବାନ ବୃକ୍ଷ ଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପରିବେଶ ବିଭାଗ କିପରି ଏନ୍‌ଓସି ଦେଇଥିଲେ ତାର ମଧ୍ୟ ତଦନ୍ତ କରାଯିବା ଦରକାର। ଜନସାଧାରଣଙ୍କ ସ୍ବାର୍ଥକୁ ଗୋଇଠା ମାରି ଏକ ମଦ କାରଖାନାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପୁଲିସ୍‌ ସହଯୋଗରେ ଚଳାଇଥିବା ଦମନଳୀଳାକୁ ତୀବ୍ର ନିନ୍ଦା କରିବା ସହ ଗ୍ରାମବାସୀଙ୍କ ବିରୋଧରେ ରୁଜୁ ଫୌଜଦାରୀ ମକଦ୍ଦମା ପ୍ରତ୍ୟାହାର କରିବା ଏବ˚ ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଗ୍ରାମବାସୀଙ୍କୁ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଦୋଷୀମାନଙ୍କ ଠାରୁ କ୍ଷତିପୂରଣ ଆଦାୟ କରି ଗ୍ରାମବାସୀଙ୍କୁ ପ୍ରଦାନ କରିବା ଏବ˚ ଇଡ୍‌କୋକୁ ଦିଆଯାଇଥିବା ଜମି ତୁରନ୍ତ ପ୍ରତ୍ୟାହାର କରିବା ଲାଗି ସେ ବିଧାନସଭାରେ ଦାବି ଉପସ୍ଥାପନ କରି ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରୀ ମିଶ୍ର ମଧ୍ୟାହ୍ନରେ ଗଛ କଟାଯାଇଥିବା ସ୍ଥାନ ବୁଲି ଦେଖିଥିଲେ। ପରେ ଗାଁ କ୍ଲବ୍‌ ଘରେ ଅନୁଷ୍ଠିତ ସଭାରେ ଯୋଗ ଦେଇ ଅଞ୍ଚଳବାସୀ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଜଙ୍ଗଲ ନଷ୍ଟ କରାଯିବା ବେଳେ ଗ୍ରାମବାସୀମାନେ ଯେଭଳି ପ୍ରତିବାଦ କରି ଓଡ଼ିଶାବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସେଥିପାଇଁ ସେମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ। ପୁନର୍ବାର ଜଙ୍ଗଲ ଧ୍ବ˚ସ ପାଇଁ ପଦକ୍ଷେପ ନିଆଯାଇପାରେ ବୋଲି ଆଶଙ୍କା ପ୍ରକାଶ କରି ଏଭଳି ହେଲେ ତାଙ୍କୁ ତୁରନ୍ତ ସୂଚନା ଦେବାକୁ ଶ୍ରୀ ମିଶ୍ର ଗ୍ରାମବାସୀଙ୍କୁ କହିଥିଲେ।

କାର୍ଯ୍ୟକ୍ରମରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ରାଜନଗର ବିଧାୟକ ଅ˚ଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, କ˚ଗ୍ରେସ ଜିଲ୍ଲା ସଭାପତି ସୁରେଶ ପାଣିଗ୍ରାହୀ, ମହିଳା ସଭାନେତ୍ରୀ ପୂର୍ଣ୍ଣିମାଚାନ୍ଦ ସାହୁ, ଶାନ୍ତନୁ ସାହୁ, ପୂର୍ବତନ ନଗରପାଳ ଶ୍ରୀଧର ସାହୁ,ପ୍ରକାଶ କୁଅଁର, ପୂର୍ବତନ ଜିଲ୍ଲା ସଭାପତି ସମରେନ୍ଦ୍ର ନନ୍ଦଙ୍କ ସମେତ ବହୁ କ˚ଗ୍ରେସ ନେତାଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଓଡ଼ାପଡ଼ା ତହସିଲଦାର ମନୋଜ ମାଝି, ଏସିଏଫ୍‌ ଜିତେନ୍ଦ୍ର ନାଥ ଦାସ, ସଦର ରେଞ୍ଜର ଦର୍ଶନୀୟା ଭୋଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର