ନରସିଂହ ମିଶ୍ର ହେଲେ କଂଗ୍ରେସ ବିଧାୟକ ଦଳର ନେତା, ସାଲୁଜା ହେଲେ ଉପନେତା

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କଂଗ୍ରେସ ବିଧାୟକମାନେ ତାଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଏଆଇସିସିକୁ ପଠାଇଥିଲେ। ଏଆଇସିସି ସେହି ପ୍ରସ୍ତାବରେ ମୋହର ମାରି ଶ୍ରୀ ମିଶ୍ରଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଛି। ଏହା ସହ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଉପନେତା, ତାରା ପ୍ରସାଦ ବାହିନୀପତିଙ୍କୁ ବିଧାୟକ ଦଳର ମୁଖ୍ୟ ସଚେତକ ଓ ମହମ୍ମଦ ମୋକିମ୍‌ଙ୍କୁ ସେକ୍ରେଟାରି ଭାବେ ମନୋନୀତ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଶ୍ରୀ ମିଶ୍ର ବିରୋଧୀ ଦଳର ଉପ‌େନତା ଓ ଗତ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ କରିଥିଲେ।

ସମ୍ବନ୍ଧିତ ଖବର