କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ଆସନ ବଜାୟ ରଖିଲେ

ଭୁବନେଶ୍ୱର : ରାଜ୍ୟରେ ବିଜୁ ଜନତା ଦଳର ଜୟଯାତ୍ରା ଅବ୍ୟାହତ ରହିଥିବା ବେଳେ ଗତ ବିଧାନସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁନନିର୍ବାଚିତ ହୋଇଛନ୍ତି।

ଶ୍ରୀ ମିଶ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଅର୍କେଶ କେଶରୀ ସିଂହଦେଓଙ୍କୁ ପ୍ରାୟ ୬ ହଜାର ଭୋଟରେ ହରାଇ ବିଜୟୀ ହୋଇଛନ୍ତି।

ଅନ୍ୟପକ୍ଷରେ ଜୟଦେବ ବିଧାନସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ଅରବିନ୍ଦ ଢାଲି ବିଜୟୀ ହୋଇଛନ୍ତି। ରାଉରକେଲା ଆସନରୁ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଏବଂ ନିକଟବର୍ତ୍ତୀ ରଘୁନାଥପାଲି ଆସନରୁ ସେହି ଦଳର ସୁବ୍ରତ ତରାଇ ବିଜୟ ଲାଭ କରିଛନ୍ତି।

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର