ନରସି˚ହପୁର: ନରସିଂହପୁର ବ୍ଲକ୍ରେ ଆଜି ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। କାନପୁର ଥାନା ଚମ୍ପେଶ୍ବର କଲେଜ ଛକ ନିକଟରେ ଆଜି ଭୋର ୫ଟାରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ନୟଗଡା ଜିଲ୍ଲା ଗଣିଆ ଥାନା ମୁଦୁଲିଗାଡିଆ ଗ୍ରାମର ଭଗବାନ ବେହେରା (୩୪)ଙ୍କ ମୃତ୍ୟୁ ଘଟିଥିବାବେଳେ ସରୋଜ କୁମାର ବିଶ୍ବାଳ (୨୬ ) ଆହତ ହୋଇଥିଲେ। ବାଲିଝରୀ ଗ୍ରାମରେ ଚାଲିଥିବା ଲକ୍ଷ୍ମୀପୂଜା ଯାତ୍ରା ଦେଖି ନିଜର ବାଇକରେ ଗ୍ରାମକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘାଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ। ଭଗବାନଙ୍କ ମୃତଦେହକୁ ପୁଲିସ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଶିବଚରଣ ବେହେରା କହିଛନା୍ତି। ସେହିପରି ସକାଳ ପ୍ରାୟ ୭ଟାରେ ନରସି˚ହପୁର ଥାନା କମଳାଡିହ ମୁଖ୍ୟରାସ୍ତାରେ ଆଇଁସିଆ-ଘଣ୍ଟପଡା ଛକ ନିକଟରେ ବାଇକ ଓ ମୋପେଡ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ ୩ଜଣ ଆହତ ହୋଇଛନ୍ତି ା ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ଲକ୍ଷ୍ମୀପ୍ରିୟା ବେହେରା (୭ ) ଅବସ୍ଥା ଗୁରୁତର ଥିବା ଜଣାପଡିଛି। ହଇରାଣପୁର ଗ୍ରାମର ବିଜୟ କୁମାର ବେହେରା(୪୦), ଲୋକନାଥ ବେହେରା(୩୫) ଓ ତାଙ୍କ ଝିଅ ଗୋଟିଏ ବାଇକରେ ନରସି˚ହପୁର ଆସୁଥିବା ସମୟରେ ଘଣ୍ଟପଡା ଆଇଁସିଆ ଛକ ମୋଡରେ ବାଇଗଣ ବୋଝେଇ କରି ଆସୁଥିବା ଏକ୍ସଏଲ ଗାଡି ସହିତ ଧକ୍କା ହୋଇଥିଲା।
ନରସିଂହପୁରରେ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର
/sambad/media/post_attachments/wp-content/uploads/2018/12/Accident_Sambad-Graphic-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)