ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଆଜି ଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଆଜି ଅବସପ୍ରାପ୍ତ ଏଡିଏମ୍ ନାରାୟଣ ମୁର୍ମୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶ୍ରୀ ମୁର୍ମୁ ଜେଏମ୍‌ଏମ୍‌ରୁ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। କିନ୍ତୁ ଜେଏମ୍‌ଏମ୍‌ ସୁନାରାମ ଟୁଡ଼ୁଙ୍କୁ ଟିକଟ ଦେଇଛି। ଫଳରେ ନାରାୟଣ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛନ୍ତି।
Advertisment
ନାରାୟଣ ମୁର୍ମୁ ଜଣେ ପୂର୍ବତନ ତହସିଲଦାର, ବିଡିଓ, ପିଏଆଇଟିଡିଏ, ପିଡିଡିଆରଡିଏ,ଏଡିଏମ୍ ଭଳି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦବି ଥିଲେ। ଚାକିରିରୁ ଅବସର ନେଲା ପରେ ଏବେ ଓକିଲ ଏବଂ ବର୍ତ୍ତମାନ ରାଜ୍ୟର ମାଝୀ ପାର୍ଗନା ମହଲ ଓଡ଼ିଶାର ମୁଖ୍ୟ ଭାବରେ କାର୍ଯ୍ୟ କରି ଆସୁଛନ୍ତି। ତା ସହିତ ସେ ଜଣେ ରାଜନୈତିକ କ୍ଷେତ୍ରରେ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ଉଭା ହୋଇଛନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଅବସର ପ୍ରାପ୍ତ ଏଡିଏମ୍ ନାରାୟଣ ମୁର୍ମୁଙ୍କର ନାମକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଜଣେ ଉଚ୍ଚ ଶିକ୍ଷିତ ଅବସରପ୍ରାପ୍ତ ଏଡିଏମ୍ ନାରାୟଣ ମୁର୍ମୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସଂଗ୍ରାମୀ ନେତାମାନଙ୍କର ଲମ୍ବା ଧାଡି ଥିବା ବେଳେ ଶ୍ରୀ ମୁର୍ମୁ ଜଣେ ପ୍ରଶାସନିକ ଅଧିକାରୀ ଭାବରେ ଓଡ଼ିଶାରେ ବିଭିନ୍ନ ଦାୟିତ୍ଵ ନିର୍ବାହ କରି ସୁନାମ ଅର୍ଜନ କରିଛନ୍ତି। ସେ ଅନ୍ୟ ଦଳ ଜେଏମଏମ, ବିଜେପି, ବିଜେଡି ଦଳ ପାଇଁ କଣ୍ଟା ସାଜିବେ ବୋଲି ବୁଦ୍ଧଜୀବୀ ମହଲରେ ଚର୍ଚ୍ଚା ହେଉଛି। ଆଦିବାସୀଙ୍କ ଅଧିକାଂଶ ସଙ୍ଗଠନ ତାଙ୍କ ସପକ୍ଷରେ ଅଛନ୍ତି ବୋଲି ଶ୍ରୀ ମୁର୍ମୁ ପ୍ରକାଶ କହିଛନ୍ତି।