ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ଗ୍ରାମାଂଚଳରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଅଧା ସଫଳ । ଜିଲ୍ଲାର ଗ୍ରାମାଂଚଳର ଅଧିକାଂଶ ଯୁବକ କର୍ମସଂସ୍ଥାନ ପାଇଁ ତାମିଲନାଡୁ, ଦୁବାଇ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, କେରଳ ଯାଉଥିବା ବେଳେ ଏଠାରେ ମନରେଗା ଯୋଜନା ସଫଳ ନହେବା ସ୍ଥଳବିଶେଷରେ ଏହାକୁ କାର୍ଯ୍ୟକାରୀ କରିବାରେ ନିୟୋଜିତ ବ୍ୟବସ୍ଥା ଓ ମାନବସମ୍ବଳର ବିଫଳତା ପଦାରେ ପଡ଼ିଛି ।
କେନ୍ଦ୍ର ସରକାରଙ୍କ ମନରେଗା ତଥ୍ୟାନୁସାରେ, ଅପ୍ରିଲ୍ ୧୩ ତାରିଖ ସୁଦ୍ଧା, ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨ଲକ୍ଷ ୩୮ହଜାର ୫୧୯ଜଣ ବ୍ୟକ୍ତି ମନରେଗା ଜବ୍କାର୍ଡ ପାଇଁ ଆବେଦନ କରିଥିଳେ । ଆବେଦନକାରୀଙ୍କ ମଧ୍ୟରୁ ୨ଲକ୍ଷ ୨୮ହଜାର ୭୯୪ଜଣଙ୍କ ଆଧାର କାର୍ଡ ସହ ସଂଯୋଗୀ କରଣ ହୋଇଥିଲା । ଅର୍ଥାତ୍ ଆବେଦନକାରୀଙ୍କ ମଧ୍ୟରୁ ୪ ପ୍ରତିଶତ ନାମ ଜାଲ ବୋଲି ପ୍ରମାଣିତ ହୋଇଥିବା ବେଳେ ପଂଜୀକୃତ ହୋଇଥିବା ୧ଲକ୍ଷ ୯୫ହଜାର ୨୭୧ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୭ହଜାର ୪୧୬ଜଣଙ୍କ ବ୍ୟାଙ୍କ ଜମାଖାତା ସଂଯୋଗୀକରଣ ହୋଇପାରିନାହିଁ । ଜବ୍କାର୍ଡରେ ବିଗତ ଦିନରେ କାମ ପାଇଥିବା ୧ଲକ୍ଷ ୨୭ହଜାର ୬୧୨ଜଣ ସକ୍ରିୟ ଜବ୍କାର୍ଡଧାରୀଙ୍କ ମଧ୍ୟରୁ ଚଳିତ ବର୍ଷ ୧୭ ପ୍ରତିଶତ ଅର୍ଥାତ୍ ୧୮,୫୫୯ଜଣଙ୍କ ବ୍ୟାଙ୍କ ଖାତା ବ୍ୟବହାର ହୋଇପାରିନଥିବାରୁ ଅଚଳ ହୋଇଯାଇଛି । ଏହି ଆକଳନ ଅନୁସାରେ, ଜିଲ୍ଲାରେ ମନରେଗା କାମ ପାଇଁ ମୋଟ ଆବେଦନକାରୀଙ୍କ ମଧ୍ୟରୁ ୪୫.୫୬ ପ୍ରତିଶତ ଅର୍ଥାତ୍ ୧ଲକ୍ଷ ୮ ୬୯୨ଜଣ ହିଁ କାମ ପାଇଥିବା ବେଳେ ବଳକା ୫୪ ପ୍ରତିଶତ ଏଥିରୁ ବଂଚିତ ହୋଇଛନ୍ତି । ଯଦି ଆଧାର ସଂଯୋଗ ହୋଇନଥିବା ୪ରୁ ୫ ପ୍ରତିଶତ ବ୍ୟକ୍ତିଙ୍କ ସଂଖ୍ୟାକୁ ବାଦ୍ ଦେଲେ ଏହି ସଂଖ୍ୟା ୫୦ ପ୍ରତିଶତ ରହିଛି ।
ମୋଟା ମୋଟି ଭାବେ ଦେଖିବାକୁ ଗଲେ ମୋଟ ସକ୍ରିୟ କାର୍ଯ୍ୟ ଆବେଦନକାରୀଙ୍କ ମଧ୍ୟରୁ ୯୯.୭୩ ପ୍ରତିଶତଙ୍କ ଆଧାର ସଂଯୋଗ ହୋଇଥିବା ବେଳେ । ୮୫.୪୧ ଆବେଦନକାରୀଙ୍କ ୟୁଆଇଡିଏଆଇ ସଂଯୋଗ ସଂଫଳ, ୟୁଆଇଡିଏଆଇ ସଂଯୋଗ ସଫଳ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ୮୨.୭୯ଜଣଙ୍କ ଏନ୍ପିସିଆଇ ସଂଯୋଗ ସଫଳ ହୋଇଥିବା ବେଳେ । ଏନ୍ପିସିଆଇ ସଫଳ ହୋଇଥିବା ୮୯୩୦୯ଜଣ ଆବେଦନକାରୀଙ୍କ ମଧ୍ୟରୁ ୧୪.୭୮ ପ୍ରତିଶତଙ୍କ ବ୍ୟାଙ୍କ ଖାତା ଚିହ୍ନଟ ହୋଇପାରିନାହିଁ ।
ଯଦି ବ୍ଲକୱାରୀ ଏହି ତଥ୍ୟର ଅନୁଶୀଳନ କରାଯାଏ ତେବେ ଟାଙ୍ଗୀ, ଚିଲିକା, ବାଣପୁର, ବେଗୁନିଆ, ବୋଲଗଡ଼ରେ ଏହି ଯୋଜନାର ବିଫଳତା ସ୍ପଷ୍ଟ ହୋଇଛି । ବାଲିଅନ୍ତାରେ ୯୩୯୭ଜଣ ସକ୍ରିୟ ଜବ୍କାର୍ଡଧାରୀ ଥିବା ବେଳେ ଚଳିତବର୍ଷ ୟୁଆଇଡିଏଆଇ, ଏନ୍ପିସିଆଇ, ବ୍ୟାଙ୍କ ଖାତା ଚିହ୍ନଟ ଆଦି ୧୪୧୧ଜଣଙ୍କ ବିଫଳ ହୋଇଛି । ସେହିଭଳି ବାଲିପାଟଣାରେ ମୋଟ ୧୦,୧୦୧ ସକ୍ରିୟ ଜବ୍କାର୍ଡଧାରୀଙ୍କ ମଧ୍ୟରୁ ୧୨୫୬ଜଣଙ୍କ ଚିହ୍ନଟ ଓ ସଂଯୋଗ ବିଫଳ ହୋଇଛି, ବାଣପୁରର ୧୬୮୯୬ରୁ ୨୮୭୪, ବେଗୁନିଆରେ ୧୯୭୭୬ରୁ ୨୫୩୮, ଭୁବନେଶ୍ୱରରେ ୨୯୪୪ରୁ ୩୬୨, ବୋଲଗଡ଼ରେ ୨୦୬୧୨ରୁ ୨୬୭୨, ଚିଲିକାରେ ୧୨୨୦୮ରୁ ୨୦୮୯, ଜଟଣୀରେ ୫୫୭୩ରୁ ୧୦୨୮, ଖୋର୍ଦ୍ଧାରେ ୧୧୮୫୨ରୁ ୧୨୪୫, ଟାଙ୍ଗୀରେ ୧୮୨୫୩ରୁ ୩୦୮୪ଜଣଙ୍କ ବିଫଳ ହୋଇଛି ।
ସୂଚନାଯୋଗ୍ୟ ଦୁଇ ବର୍ଷ ପୂର୍ବେ ମନରେଗାରେ ଦୁର୍ନୀତି ନେଇ ବେଗୁନିଆରେ ଦୁଇଜଣ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଅନୁରୂପ ବ୍ଲକରେ ଓମ୍ବୁଡ୍ସମ୍ୟାନ୍ ଦ୍ୱାରା ଜଣେ ଯନ୍ତ୍ରୀଙ୍କ ସହ ଦୁଇଜଣ ଜୋରିମାନା ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । କେବଳ ବେଗୁନିଆ ନୁହେଁ, ଚିଲିକା, ବାଣପୁର, ଟାଙ୍ଗୀ ଆଦି ବ୍ଲକରେ ଜବ୍କାର୍ଡଧାରୀଙ୍କ ବଦଳରେ ଯନ୍ତ୍ରପାତି ବ୍ୟବହାର କରାଯାଉଥିବା ଓ ମିଥ୍ୟା ମଷ୍ଟରରୋଲ୍ ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/narega.jpg)