୨୨ରେ ପ୍ରଧାନମନ୍ତ୍ରୀ ମୋଦି ଓ ୨୪ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ

ଭୁବନେଶ୍ୱର : ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୪ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିବେ। ପୁରୀରେ ହେବାକୁ ଥିବା ବିଜେପିର ମହିଳା ସମାବେଶରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆସନ୍ତା ୨୩, ୨୪ ଏବଂ ୨୫ ତାରିଖରେ ପୁରୀରେ ମହିଳା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବ ଆଉ ଏହି ବୈଠକରେ ସାମିଲ ହେବାକୁ ଅମିତ ଶାହା ୨୪ ତାରିଖରେ ଓଡ଼ିଶା ଆସୁଛନ୍ତି । ତେବେ ବୈଠକରେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିଷୟରେ ଆଲୋଚନା ହେବ । ବିଜେପି ରାଷ୍ଟ୍ରୀୟ ମହିଳା ଅଧ୍ୟକ୍ଷା ବିଜୟା ରାହତକର ମଧ୍ୟ ଏହି ସମାବେଶରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚ ସଭାପତି ପ୍ରଭାତୀ ପରିଡା।

ସେପଟେ ଆସନ୍ତା ସେପ୍ଟେମ୍ବର ୨୨ରେ ଓଡ଼ିଶା ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଝାରସୁଗୁଡାରେ ନବନିର୍ମିତ ଏୟାରପୋର୍ଟର ଉଦଘାଟନ ଓ ତାଳଚେରଠାରେ ଥିବା ସାରକାରଖାନା ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ୨୨ ତାରିଖରେ ନୂଆଦିଲ୍ଲୀରୁ ବାହାରି ସିଧାସଳଖ ଝାରସୁଗୁଡାରେ ପହଞ୍ଚି ସେଠାରେ ଏୟାରପୋର୍ଟକୁ ଉଦଘାଟନ କରିବେ । ଝାରସୁଗୁଡାରେ ସେ ନବନିର୍ମିତ ଏୟାରପୋର୍ଟକୁ ଉଦଘାଟନ କରିବା ସହ ଝାରସୁଗୁଡା-ରାଞ୍ଚି ଫ୍ଲାଇଟର ଶୁଭାରମ୍ଭ କରିବେ ।

Zee News – India.com

ଏହା ପରେ ସେ ବାୟୁସେନାର ଏକ ହେଲକାପ୍ଟର ଯୋଗେ ତାଳଚେର ଆସି ସେଠାରେ ଥିବା ସାରକାରଖାନର ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଶିଳାନ୍ୟାସ ପରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ । ତାଳଚେରରୁ ସେ ସିଧାସଳଖ ଝାରସୁଗୁଡା ଫେରି ସେଠାରୁ ସଂଧ୍ୟା ୫ଟାରେ ନୂଆଦିଲ୍ଲୀ ଫେରିଯିବେ । ଝାରସୁଗୁଡା ଏୟାରପୋର୍ଟ ପାଇଁ କେନ୍ଦ୍ର ସରକାର ୧୭୫ କୋଟି ଟଙ୍କା ଦେଇଥିବା ବେଳେ ଓଡ଼ିଶା ସରକାର ୫୦ କୋଟି ଦେଇଛନ୍ତି ।

ତେବେ ସେ ଯାହା ହେଉନା କାହିଁକି ବିଜେପି ଫୋକସରେ ଏବେ ରହିଛି ଓଡିଶା । ଓଡିଶାରେ ସରକାର ବିରୋଧୀ ହାୱା ଅଧିକ ଥିବାରୁ ଏହାର ଫାଇଦା ବିଜେପିକୁ ମିଳିବ ବୋଲି ନିକଟରେ ଏକ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା କହିଥିଲେ । ଶାହା କହିଥିଲେ ପୂର୍ବ ନିର୍ବାଚନ ତୁଳନାରେ ବିଜେପିକୁ ଓଡିଶାରେ ଅଧିକ ଭୋଟ୍ ମିଳିବ ବୋଲି ଶାହା କହିଥିଲେ ।

ସମ୍ବନ୍ଧିତ ଖବର