ନରେଶ ସାକ୍ସେନାଙ୍କ ବହିକୁ ନେଇ ଭିନ୍ନ ଚର୍ଚ୍ଚା : ମହିଳା ଆଦିବାସୀଙ୍କ ପାଇଁ ଗମାଙ୍ଗଙ୍କୁ ‘ପ୍ରଲୋଭନ’ ଦେଖାଇଥିଲେ!

nareରାଜ୍ୟ ‌ଯୋଜନାରେ ଅଧିକ ଅର୍ଥ ବରାଦ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ପୂର୍ବରୁ ୫୦ କୋଟି, ପରେ ୫୦ କୋଟି ଦିଆଯିବ ବୋଲି କୁହାଯାଇଥିଲାsh saxena book

ଭୁବନେଶ୍ବର : ମହିଳା ଆଦିବାସୀଙ୍କ ସ୍ବାର୍ଥ ରକ୍ଷା ଲାଗି େଗାଟିଏ ସମୟରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ୧୦୦ େକାଟି ଟଙ୍କାର ପ୍ରଲୋଭନ ଦେଖାଇବାକୁ ପଡିଥିଲା। ଏହି କାର୍ଯ୍ୟ କରିବା ପୂର୍ବରୁ ରାଜ୍ୟ େଯାଜନାରେ ୫୦ େକାଟି ଟଙ୍କା ଅତିରିକ୍ତ ପ୍ରଦାନ କରାଯିବ ଓ କାର୍ଯ୍ୟ େଶଷ ପରେ ଅର୍ଥାତ୍ ପରବର୍ତୀ ବର୍ଷ ଆଉ ୫୦ େକାଟି ଟଙ୍କା ଦିଆଯିବ େବାଲି ପ୍ରତିଶ୍ରୁତି ଦିଆଯିବା ପରେ ରାଜ୍ୟ ସରକାର ମନ ବଦଳାଇଥିଲେ।

ଏକଥା କେହି ସାଧାରଣ ବ୍ୟକ୍ତି କହିନାହାନ୍ତି। ବରଂ ‘ହ୍ବାଟ୍ ଏଲ୍ସ ଦ ଆଇଏଏସ୍ ଆଣ୍ଡ ହ୍ବାଇ ଇଟ୍ େଫଲ୍ସ ଟୁ ଡେଲିଭର୍- ଆନ୍ ଇନସାଇଡର୍ ଭିଉ’ ପୁସ୍ତକରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ୧୯୬୪ ବ୍ୟାଚ୍ ଆଇଏଏସ୍ ଟପର୍ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ନରେଶ ଚନ୍ଦ୍ର ସାକ୍ସେନା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରା ଗିରିଧର ଗମାଙ୍ଗଙ୍କ ଶାସନ କାଳର ଏହି ତଥ୍ୟ ଏବେ ଜାତୀୟ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଛି। କୌତୂହଳ କଥା ହେଲା, ଶ୍ରୀ ଗମାଙ୍ଗ ଆର୍ଥିକ ଅନୁଦାନ କଥା ମନେ ପକାଇ ପାରୁନଥିଲେ ହେଁ, ତାଙ୍କ ସମୟରେ ସାକ୍ସେନାଙ୍କ ହସ୍ତକ୍ଷେପରେ େହାଇଥିବା ସଂସ୍କାରକୁ ସ୍ବୀକାର କରିଛନ୍ତି।

ଶ୍ରୀ ସାକ୍ସେନା ତାଙ୍କ ପୁସ୍ତକରେ ସେ ସମୟର ତଥ୍ୟ ଉଲ୍ଲେଖ କରି ଦର୍ଶାଇଛନ୍ତି, ଅନେକ ମହିଳା ସେ ସମୟରେ ବଣୁଆ ଘାସରେ ଫୁଲ୍ ଝାଡ଼ୁ ତିଆରି କରି ବିକ୍ରି କରୁଥିଲେ। ମାତ୍ର ତାହା ଆଇନକୁ ବିେରାଧାଚରଣ କରୁଥିଲା। ନିୟମ ଅନୁସାରେ ବନଜାତ ସଂଗ୍ରହକୁ ସେମାନେ ଆଦିବାସୀ ଉନ୍ନୟନ ସମବାୟ ସମିତି ବା ଟିଡିସିସି ମାଧ୍ୟମରେ ବିକ୍ରି କରିବା କଥା। େଯହେତୁ ଟିଡିସିସିରୁ କମ୍ ପ୍ରାପ୍ୟ ମିଳୁଥିଲା, ଏଣୁ ସେମାନେ ନିଜେ ନିଜେ ବଜାରରେ ବିକ୍ରି କରି ଦଣ୍ଡିତ ହେଉଥିଲେ।

ଶ୍ରୀ ସାକ୍ସେନା ଦର୍ଶାଇଛନ୍ତି େଯ ଏହା ଆଦିବାସୀଙ୍କ ମୌଳିକ ଅଧିକାରକୁ ବିେରାଧ କରୁଥିଲା। ରାୟଗଡା ଜିଲ୍ଲାର ଏଭଳି କିଛି ଉଦାହରଣକୁ ନେଇ ସେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ େଲାଡିଥିଲେ। ତତ୍କାଳୀନ ରାୟଗଡା ଜିଲ୍ଲାପାଳଙ୍କ ସହଯୋଗରେ ଏକ ସୋସାଇଟି ଗଠନ େହାଇଥିଲା। ମାତ୍ର ସେ ବଦଳି ହେବା ପରେ ଆଦିବାସୀ ମହିଳାଙ୍କ ଦୁଃଖ ପୁଣି ବଢିଯାଇଥିଲା।

ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଗମାଙ୍ଗ ରାଜ୍ୟ େଯାଜନା ଅର୍ଥ ଅନୁେମାଦନ ପାଇଁ େଯାଜନା କମିସନଙ୍କ ଦ୍ବାରସ୍ଥ େହାଇଥିଲେ। ସେତେବେଳେ ଶ୍ରୀ ସାେକ୍ସନା କମିସନରଙ୍କ ସଚିବ ଥିଲେ। ଏହାକୁ ଏକ ସୁେଯାଗ େବାଲି ଧରିନେଇ େସ ଶ୍ରୀ ଗମାଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିଜର ଉଦ୍ଦେଶ୍ୟ ପୂରଣ କରିବା ଲାଗି ସେ ପ୍ରଲୋଭନ ମଧ୍ୟ ଦେଖାଇଥିଲେ। ଯଦି ଆଇନରେ ପରିଣତ କରାଯାଏ ତେବେ ଆଗୁଆ ରାଜ୍ୟ ହିସାବରେ ୫୦ କୋଟି ଟଙ୍କା ଦିଆଯିବ େବାଲି କୁହାଯାଇଥିଲା। ଆଉ ଆଇନ ପରିବର୍ତ୍ତନ ହୋଇସାରିଲେ ଆଉ ୫୦ କୋଟି ଟଙ୍କା ଦିଆଯିବ ବୋଲି ସାକ୍ସେନା ପ୍ରତିଶ୍ରୁତି ଦେଇଥିଲେ।

ଏ େନଇ ପ୍ରତିକ୍ରିୟା ରଖି ଶ୍ରୀ ଗମାଙ୍ଗ କହିଛନ୍ତି, ସାକ୍ସେନା ଆଦିବାସୀଙ୍କ ବିକାଶପାଇଁ ଅନେକ କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ ବନଜାତ ସାମଗ୍ରୀ ବଜାର ନେଇ ବଡ଼ ନିଷ୍ପତ୍ତି େହାଇଥିଲା। କିନ୍ତୁ ଏହାର କାର୍ଯ୍ୟାନ୍ବୟନ ସମ୍ଭବ େହାଇପାରିନଥିଲା। ତେବେ ଶ୍ରୀ ସାକ୍ସେନା ରାଜ୍ୟ େଯାଜନା ଅନୁଦାନ ସଂପର୍କରେ ଯାହା ସୂଚାଇଛନ୍ତି, ତାହା ତାଙ୍କର ସ୍ମରଣ ଆସୁନାହିଁ େବାଲି ଶ୍ରୀ ଗମାଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର