ରୁପ୍ରା/ମ,ରାମପୁର: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଳଙ୍କୁ ହାତୀ ଦଳି ଦେଇଥିବାର ଖବର ମିଳିଛି। ମ,ରାମପୁର ସ୍ଥିତ ନର୍ଲା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ପାଳଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି।ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁଯାୟୀ, ଗତକାଲି ରାତିରେ ରତନପୁର ଗାଁ ନିକଟରେ ହାତୀପଲ ଆତଙ୍କ ଚଳାଇଥିବା ନେଇ ଖବର ପାଇଥିଲେ ନର୍ଲା ରେଞ୍ଜର ପ୍ରଶାନ୍ତ ପାଳ। ସେ ଆଜି ସକାଳେ ରତନପୁର ଗାଁ ନିକଟରେ ହାତୀ ଘଉଡ଼ାଇବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସେ ନିଜେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ପ୍ରଶାନ୍ତ ପାଲଙ୍କୁ ଦଳି ଦେଇଥିଲା।
ପ୍ରାପ୍ତ ସୂଚନା ଆଧାରରେ ଆଜି ସକାଳେ ଜାମପଦର ନିକଟ ଆମପଡା ଠାରେ ହାତୀପଲ ରହିଥିବା ଖବର ପାଇ ରେଞ୍ଜର ଶ୍ରୀ ପାଳ ହାତୀ ଘଉଡା ସ୍କ୍ୱାଡ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ରେଞ୍ଜର ପ୍ରଶାନ୍ତ ପାଲ ୧୪ ଟିକିଆ ହାତୀପଲ ଆକ୍ରମଣର ଶିକାର ହୋଇଥିଲେ। ସେ ଅତି ସଙ୍କଟାପନ୍ନ ହୋଇ ପଡିଥିବାରୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କ ପେଟ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡିଛି। ତେବେ ଶେଷ ଖବରରୁ ଜାଣିବାକୁ ମିଳିଛି ଯେ ରେଞ୍ଜର ଶ୍ରୀ ପାଳଙ୍କ ଶରୀରରେ ଆଉ ଇଞ୍ଜେକସନ୍ ଯାଉନଥିବାରୁ ପରେ ତାଙ୍କୁ ମୃତ ଘୋଷଣା କରାଯାଇନଥିଲା। ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କୁନାଲ୍ ସାହୁ ଚିକିତ୍ସା କରୁଥିଲେ।
ସୂଚନାଯୋଗ୍ୟ, ଗତବର୍ଷ କପା ଅମଳ ସମୟରେ ବାଗପୁର ଗ୍ରାମର ଜଣେ ମହିଳା ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ନର୍ଲା ବନପାଳ ଭବାନୀ ଶଙ୍କର ନାଏକ ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇ ଅଳ୍ପକେ ବର୍ତ୍ତି ଯାଉଥିଲେହେଁ ତାଙ୍କ ହାତ ଭାଙ୍ଗି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/f13413e3-5813-483f-bc46-3f3eb8f99712.jpeg)