ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲାର କପିଳାସ ଭାବେ ପରିଚିତ ଗୋରୁମହିଷାଣୀ ନିକଟସ୍ଥ ସୁଣ୍ଢଳ ଗ୍ରାମ ନିକଟରେ ଥିବା ନସକରିଆ (ପାହାଡ ଗୁମ୍ଫା)ପୀଠରେ ଶନିବାର ମହାଶିବରାତ୍ରି ଉପଲକ୍ଷେ ୧୫ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ହଜାର ହଜାର ଭକ୍ତ ଆସୁଥିବା ସତ୍ତ୍ବେ ଏହି ପୀଠ ଅବହେଳିତ ରହିଛି। ପୀଠରେ ପାହାଚ ନଥିବାରୁ ଶ୍ରଦ୍ଧାଳୁମାନେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି।
ପୀଠର ପୂଜକ ବିନୋଦ ଧଳଙ୍କଠାରୁ ପ୍ରକାଶଯେ ପ୍ରାୟ ୭୫ ବର୍ଷପୂର୍ବରୁ ସେହି ଗ୍ରାମର ସର୍ବଶ୍ୱେର ଧଳଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ତାପର ଦିନ ଶ୍ରୀଧଳ ଗ୍ରାମର ମୂଖିଆ ଏବଂ ଗ୍ରାମବାସୀଙ୍କୁ ଏ ବିଷୟରେ ଜଣାଇଥିଲେ । ଏହି ଖବର ପ୍ରଚାର ହେବାପରେ ସମସ୍ତେ ମିଶି ନସକରିଆ ପାହାଡରେ ଥିବା ଏକ ଗୁମ୍ଫା ଭିତରକୁ ଯାଇ ଏକ ବିରାଟ ଶିବ ଲିଙ୍ଗ ଆର୍ବିଭାବ ହୋଇଥିବାର ଦେଖିଲେ ଏବଂ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ । ସେହିଦିନ ଠାରୁ ଏହି ନସକରିଆ ପୀଠରେ ପ୍ରତ୍ୟେକ ବର୍ଷ ଶିବରାତ୍ରୀ ଏବଂ ପଣାସଂକ୍ରାନ୍ତି ଦିନ ଏଠାରେ ବାବା ପୂଜା ପାଇଥାନ୍ତି ଏବଂ ବାବାଙ୍କ ପାଖରେ କେହି ମାନସିକ ରଖେ, ତାହାର ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତମାନେ ପ୍ରକାଶ କରିଛନ୍ତି ।
ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ଏହି ପୀଠରେ ଭୋର ୨ ଟାରୁ ରାତ୍ର ୧୦ ଘଟିକା ପ୍ରର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଜମିଥିଲା । ଚଳିତ ବର୍ଷ ଏହି ପୀଠକୁ ମୟୂରଭଞ୍ଜ ସମେତ ପଡଶୀ ଜିଲ୍ଲା କେନ୍ଦୁଝର, ପଡୋଶୀ ରାଜ୍ୟ ଝାରଖଣ୍ଡ, ପଶ୍ଚିମବଙ୍ଗରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥିଲେ। ସେମାନେ ଜିତିଛନ୍ତି ମଧ୍ୟ ତେବେ ଦେଖିବାକୁ ବାକି ରହିଲା ପାହାଚ ନିର୍ମାଣ କେବେ ହେଉଛି।
ଏଠାରେ ପୂଜାକମିଟିର ସଭାପତି ଭଳାନାଥ ସି. ସମ୍ପାଦକ ତରୁଣ ତୁଙ୍ଗ, କୋଷାଧ୍ୟକ୍ଷ ମାଲୁ ଟିପରିଆ ସମସ୍ତ କାର୍ଯ୍ୟ ତୁଲାଇଥିବା ବେଳେ କମିଟିର ସଦସ୍ୟ ସଞୟ ସି,ରାଜିବ ତୁଙ୍ଗ୍, ଦେବବ୍ରତ ସି, ଭରତ ତୁଙ୍ଗ୍, ରାଜୁ ସି, ପିନ୍ଟୁ ଧଳ, ସରୋଜ କୁମାର ଧୀର୍, ତୋଫାନ ମୁଣ୍ଡା, ମୁନା ପାଟବନ୍ଧା, ଜଗଦୀଶ ଟିପରିଆ, ପ୍ରମୂଖ ସହଯୋଗ କରିଥିବା ବେଳେ ପୂଜକ ଭାବେ ବିନୋଦ କୁମାର ଧଳ ପୂଜା କାର୍ଯ୍ୟ ତୁଲାଇଥିଲେ। ଗୋରୁମହିଷାଣୀ ପୁଲିସର କୋଡା ସୁରକ୍ଷା ଥିବାରୁ କୌଣସି ଗଣ୍ଡଗଳ ଦେଖିବାକୁ ମିଳିନଥିଲା। ତେବେ ୨୮୦୦ ମିଟର ଉଚ୍ଚ ବିଶିଷ୍ଟ ପାହାଡକୁ ଚଢିବା ପାଇଁ ପାହାଚ ନ ଥିବାରୁ ଶ୍ରଦ୍ଧାଳୁମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ୨୮୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ ପାହାଡକୁ ଚଢିବା ପାଇଁ ପାହାଚ ନିର୍ମାଣ ପାଇଁ ଦାବି ହେଉଛି । ତେବେ ଚଳିତ ନିର୍ବାଚନ ସମୟରେ ଜନପ୍ରତିଧିମାନେ ଜିତିଲେ ପାହାଚ ନିର୍ମାଣ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ପାହାଚ କେବେ ନିର୍ମାଣ ହେଉଛି।